କଳାହାଣ୍ଡିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ : ଉଦଘାଟନ କଲେ 54 ଟି ଉନ୍ନୟନ ପ୍ରକଳ୍ପ

ପଶ୍ଚିମ ଓଡ଼ିଶାର ଉପାନ୍ତ ଅଞ୍ଚଳ କଳାହାଣ୍ଡିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ନେଇଛନ୍ତି ଆଉ ଏକ ପଦକ୍ଷେପ । କୋଭିଡ୍ ମହାମାରୀ ପରେ କଳାହାଣ୍ଡି ଗସ୍ତ କରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 54ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଉପାନ୍ତ ଅଞ୍ଚଳ କଳାହାଣ୍ଡିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ନେଇଛନ୍ତି ଆଉ ଏକ ପଦକ୍ଷେପ । କୋଭିଡ୍ ମହାମାରୀ ପରେ କଳାହାଣ୍ଡି ଗସ୍ତ କରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 54ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଉପାନ୍ତ ଅଞ୍ଚଳର ବିକାଶ ପାଇଁ 1ହଜାର 11କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିଛନ୍ତି ।

Naveen Patnaik

ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଥିବା ପ୍ରକଳ୍ପ ମଧ୍ୟରେ ମୁଖ୍ୟତଃ ରହିଛି 933କୋଟି ଟଙ୍କା ବୟବରାଦରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ୍ ଉଠା ଜଳ ସେଚନ ପ୍ରକଳ୍ପ । ଏଥିସହିତ ବିଷମଗିରି ଏମ୍ଆଇପି , 4ଟି HL Bridge, 13ଟି ଚେକ୍ ଡ୍ୟାମ୍, ଭବାନୀପାଟଣାର ପର୍ଯ୍ୟବେକ୍ଷଣ ଏବଂ ସ୍ୱତନ୍ତ୍ର ଗୃହ, 5ଟି ରାସ୍ତା ନିର୍ମାଣ ପ୍ରକଳ୍ପ, 9ଟି ଗ୍ରାମୀଣ ପାଇପ୍ ପାଣି ଯୋଗାଣ ପ୍ରକଳ୍ପ, ଏକାଧିକ ମିଶନ ଶକ୍ତି ଗୃହ ଏବଂ ଗ୍ରାମପଞ୍ଚାୟତ ଗୃହ, ଦୁଇଟି ନୂଆ ବଜାର ଘର ଏବଂ ମଣ୍ଡି, ଭବାନୀପାଟଣାରେ ଫରେଷ୍ଟ ରେଷ୍ଟ ହାଉସ୍ ଏବଂ ଜାତୀୟ ରାଜପଥ 201 ରେ ଥିବା ନାଳ ଉପରେ ବ୍ରିଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମସ୍ତ ପ୍ରକଳ୍ପ ଦ୍ୱାରା କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ହେବା ସହ ମୁଖ୍ୟସ୍ରୋତରେ ସାମିଲ ହେବାରେ ସହାୟକ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+