କଟକ ବଡ଼ ମେଡ଼ିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢି ତୋଳିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ
ଶନିବାର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ବିଶ୍ୱସ୍ତରୀୟ ଓ୍ୱେବସାଇଟ୍ ଏବଂ ଏହାର ପୁରାତନ ଛାତ୍ର ସଂସଦ ଓ ତାର ଓ୍ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି, ଏହି ମେଡ଼ିକାଲକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିତୋଳଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ |
କଟକ : କଟକ ବଡ଼ ମେଡ଼ିକାଲ ଓଡ଼ିଶାବାସୀଙ୍କର ବିଶେଷ କରି ଗରିବ ଲୋକଙ୍କ ଭରସା | 76ବର୍ଷ ଧରି ମାନବ ସେବା ହିଁ ଏହାକୁ ଏକ ପବିତ୍ର ଅନୁଷ୍ଠାନର ପରିଚୟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଶନିବାର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ବିଶ୍ୱସ୍ତରୀୟ ଓ୍ୱେବସାଇଟ୍ ଏବଂ ଏହାର ପୁରାତନ ଛାତ୍ର ସଂସଦ ଓ ତାର ଓ୍ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି |

ଏହି ଅବସରରେ ସେ କହିଛନ୍ତି, ଏହି ମେଡ଼ିକାଲକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିତୋଳଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ | ସରକାରଙ୍କ ଏହି ଉଦ୍ୟମ ବାହାରେ କାର୍ଯ୍ୟ କରୁଥିବା ଏହାର ଛାତ୍ରଛାତ୍ରୀଙ୍କୁ ଏଠାରେ କାମ କରିବାକୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି | ଲୋକାର୍ପିତ ଦୁଇଟି ଓ୍ୱେବସାଇଟ୍ ଏସସିବିର ଭାବମୂର୍ତ୍ତି ଏବଂ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ ବୋଲି ସେ କହିଛନ୍ତି |
CM @Naveen_Odisha inaugurates an interactive and dynamic website for SCB Medical College & Hospital and the portal for SCB Alumni Association (SCBIANS).#LIVE : https://t.co/0W8IPCpSm2
— CMO Odisha (@CMO_Odisha) December 5, 2020
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଧାୟକ ସୌଭିକ୍ ବିଶ୍ୱାଳ, 5-ଟି ସଚିବ ଭି.କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |












Click it and Unblock the Notifications