ସ୍ୱର୍ଗତ ସାମ୍ବାଦିକା ବିଜୟଲକ୍ଷ୍ମୀଙ୍କ ପରିବାରକୁ 15ଲକ୍ଷ ଟଙ୍କାର ସହାୟତା
ସ୍ୱର୍ଗତ ସାମ୍ବାଦିକା ବିଜୟଲକ୍ଷ୍ମୀଙ୍କ ପରିବାରକୁ 15ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ସାମ୍ବାଦିକା ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ 2020 ଅଗଷ୍ଟ 8 ରେ ଦେହାନ୍ତ ହୋଇଥିଲା ।
ଭୁବନେଶ୍ୱର : ସ୍ୱର୍ଗତ ସାମ୍ବାଦିକା ବିଜୟଲକ୍ଷ୍ମୀଙ୍କ ପରିବାରକୁ 15ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଭୟବହତା ଭିତରେ ସେବା ଜାରି ରଖିଥିବା ସ୍ୱର୍ଗତ ସାମ୍ବାଦିକା ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ 2020 ଅଗଷ୍ଟ 8 ତାରିଖରେ ଦେହାନ୍ତ ହୋଇଥିଲା । ସେ ଦୈନିକ ଖବର କାଗଜ 'ଆଜିକାଲି'ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ଥିଲେ ।

ଏହା ପୂର୍ବରୁ ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର । କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୁଏ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଆଜି ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମଧ୍ୟ ସହାୟତା ଅର୍ଥ ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
More From












Click it and Unblock the Notifications