For Quick Alerts
Turn On Notification  
For Daily Alerts
Oneindia App Download

ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନ ବାତିଲ କରିବାକୁ ଓଡ଼ିଶାର ଚିଠି

ଛତିଶଗଡ଼ରୁ ଛାଡ଼ୁଥିବା ଏବଂ ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନକୁ ଏପ୍ରିଲ 10ରୁ ବାତିଲ୍ କରାଯାଉ । ଲୋକାଲ, ମେଲ୍ ଓ ଏକ୍ସପ୍ରେସ୍ ସମସ୍ତ ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ ।

|

ଭୁବନେଶ୍ୱର : ଦେଶର କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଯଦିଓ ଓଡ଼ିଶାରେ ସ୍ଥିତି ସେତେଟା ଖରାପ ନୁହେଁ ତଥାପି ସୀମାନ୍ତରେ ଯାତାୟାତ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଓଡ଼ିଶା ସୀମାନ୍ତ ଜିଲ୍ଲାରେ ପ୍ରଭାବିତ କରୁଛି ।

train

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଟ୍ରେନରେ ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଲୋକ ଯାତ୍ରାର 72 ଘଣ୍ଟା ପୂର୍ବରୁ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନର ପ୍ରମାଣପତ୍ର ରଖିବା ଆବଶ୍ୟକ । ଏହା ଭାରତୀୟ ରେଳବାଇ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଏହି କଟକଣା ଏପ୍ରିଲ୍ 10 ପର ଠାରୁ ଛାଡ଼ିବାକୁ ଥିବା ସମସ୍ତ ଟ୍ରେନ୍ ପାଇଁ ଲାଗୁ ହେବ ।

ଛତିଶଗଡ଼ରୁ ଛାଡ଼ୁଥିବା ଏବଂ ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନକୁ ଏପ୍ରିଲ 10ରୁ ବାତିଲ୍ କରାଯାଉ । ଲୋକାଲ, ମେଲ୍ ଓ ଏକ୍ସପ୍ରେସ୍ ସମସ୍ତ ଟ୍ରେନକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଅନୁରୋଧ କରିଛନ୍ତି । ଏନେଇ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Secretary Writes Letter To Railway Board To Cancel All Trains From Chhattisgarh to Odisha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X