ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ : ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବଢ଼ାଅ

ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ନେଇ ସନ୍ତୋଷ ସୃଷ୍ଟି ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ ।

ଭୁବନେଶ୍ୱର : ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ନେଇ ସନ୍ତୋଷ ସୃଷ୍ଟି ହେବ ଏବଂ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ । ତେଣୁ ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଆଲୋଚନା କରିବା ସହ ସମସ୍ତ ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟନ୍ୟୟନକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Chief-Sec-meeting-collector

ଏହି ଅବସରରେ କୋଭିଡ୍‌ ଅନ୍‌ଲକିଂ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପ ଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଉଦ୍ୟାନ ଚାଷ, ପଶୁପାଳନ , ସମନ୍ୱିତ କୃଷି, ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ, ରାସ୍ତା ଘାଟ ନିର୍ମାଣ ଆଦି ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସବୁ କାର୍ଯ୍ୟର ବାସ୍ତବ ସ୍ଥିତି ବିଷୟ ପ୍ରତି ସପ୍ତାହରେ ଅନୁଧ୍ୟାନ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ଜିଲ୍ଲାର ପ୍ରାକୃତିକ ପରିବେଶ, ଜଳବାୟୁ ଓ ମାନବ ସମ୍ବଳ ର ସ୍ୱାତନ୍ତ୍ର୍ୟ ଅଛି । ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରକାର କୃଷି-ଭିତ୍ତିକ ଫାର୍ମ ଓ କୃଷି ଉଦ୍ୟୋଗର ମଧ୍ୟ ସମ୍ଭାବନା ଅଛି । ଏହିସବୁ ସମ୍ବଳ ଓ ସମ୍ଭାବନାର ଅନୁଧ୍ୟାନ କରି ଅଭିନବ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ କହିଛନ୍ତି । ଏ ପ୍ରକାର ଅଭିନବ ପ୍ରକଳ୍ପ ନିମନ୍ତେ ଅର୍ଥର ଅଭାବ ହେବ ନାହିଁ । ଅର୍ଥ ସହ ଆବଶ୍ୟକୀୟ ବୈଷୟିକ କୌଶଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶୃତି ଦେଇଛନ୍ତି ।

ଲୋକମାନଙ୍କର ଅଭିଯୋଗ ଶୁଣାଣୀ ଏବଂ ସେଗୁଡ଼ିକର ସମାଧାନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରି ଜିଲ୍ଲାପାଳ ଲୋକମାନଙ୍କୁ ସହଜଲବ୍‌ଧ ହେବା ଦରକାର ବୋଲି କହିଛନ୍ତି । ବିଭିନ୍ନ ସେବା ପ୍ରଦାନକାରୀ ଅଧିକାରୀ ଓ କର୍ମଚାରୀ ମାନେ ଧୈର୍ଯ୍ୟ ଏବଂ ସହୃଦୟ ଭାବେ ଲୋକମାନଙ୍କର ସମସ୍ୟା ଶୁଣି ସେସବୁର ସମାଧାନ ନିମନ୍ତେ ଯତ୍ନବାନ ହେବା ଉଚିତ । ଏଥିରେ ଅବହେଳା ଗ୍ରହଣୀୟ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Chief-Sec-meeting-collector

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଇତି ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାଧ୍ୟମରେ ଯୋଗାଯାଉଥିବା ଅନେକ ପ୍ରକାର ସେବା ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି । ଜାତି, ଆୟ, ଆବାସିକ ଆଦି ପ୍ରମାଣ ପତ୍ର ଅନ୍‌ଲାଇନ୍‌ରେ ମିଳିପାରୁଛି । କେତେକ ସ୍ଥାନରେ ଜମି ସୀମା ଚିହ୍ନଟ, ନାମଜାରୀ କାର୍ଯ୍ୟ ଆଦି ପାଇଁ ଲୋକଙ୍କୁ ତହସିଲକୁ ଦୌଡିବାକୁ ପଡ଼ୁଛି । ଜମିଜମା ବିବାଦ ମଧ୍ୟ ବଢୁଛି । ଗ୍ରାମ ଓ ପଂଚାୟତ ସ୍ତରରେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ କରି ଜମିଜମା ବିବାଦ, ଚିହ୍ନଟ ବଣ୍ଟନ ଓ ନାମଜାରି ଆଦି କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ହେଲେ ଲୋକମାନଙ୍କ ମଧ୍ୟରେ ବିବାଦ କମିବା ସହ ମାନସିକ ସନ୍ତୋଷ ମଧ୍ୟ ବଢ଼ିବ । ଜମି ଜମା ମାଲିକାନା ନିର୍ଦ୍ଦିଷ୍ଟ ହେଲେ ଲୋକମାନେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ବା ବିପଣୀ ନିମନ୍ତେ ବ୍ୟାଙ୍କ ଋଣ ଓ ସହକାରୀ ସହାୟତା ଆଦି ସୁବିଧାରେ ପାଇ ପାରିବେ ବୋଲି ସେ କହିଛନ୍ତି ।

ଏହି ବୈଠକରେ ଯୋଗଦେଇ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଆସନ୍ତା ୧୦ ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାକି ରହିଯାଇଥିବା ଦିଗ ଓ ଏବଂ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମନ୍ୱୟ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନ ଗୁଡ଼ିକ ଚିହ୍ନଟ କରି ତଦନୁଯାୟୀ ପ୍ରକଳ୍ପ ପରାମର୍ଶ ଦେବାକୁ ଶ୍ରୀ ଜେନା କହିଛନ୍ତି ।

କୃଷି, ପଶୁପାଳନ, ମତ୍ସ୍ୟଚାଷ, ଉଦ୍ୟାନ ଚାଷ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ରାଜ୍ୟ ଆର୍ଥିକ ବ୍ୟବସ୍ଥାର ଏକ ନିରନ୍ତର ଉତ୍ସ । ଏସବୁ ମାଧ୍ୟମରେ ଲୋକଙ୍କ ଖାଦ୍ୟ ନିରାପତ୍ତା, ନିଯୁକ୍ତି ଓ ଜୀବନ ଧାରଣ ମାନର ବିକାଶ ସହ ଆର୍ଥିକ ବ୍ୟବସ୍ଥାର ଦୃତ ଅଭିବୃଦ୍ଧି ହୋଇପାରିବ ବୋଲି କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଛନ୍ତି ।

ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରାଙ୍କ ସମେତ ସମସ୍ତ ରାଜସ୍ୱ ଡିଭିଜନ୍‌ର ଆର.ଡି.ସି ; ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଏହି ଭିଡ଼ିଓ କନ୍‌ଫେରେନ୍‌ସିଂ ଆଲୋଚନାରେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+