ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେଲେ ଶ୍ରୀ ଅସିତ ତ୍ରିପାଠୀ
ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଫିସର୍ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ମିଳିଲା ନୂଆ ନିଯୁକ୍ତି | ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି କଲେ ରାଜ୍ୟ ସରକାର |
ଭୁବନେଶ୍ୱର : ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଫିସର୍ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ମିଳିଲା ନୂଆ ନିଯୁକ୍ତି | ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି କଲେ ରାଜ୍ୟ ସରକାର | ଏଥିସହିତ ତାଙ୍କୁ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ ଓ କୃଷିଶିଳ୍ପ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଦାୟିତ୍ୱ ମଧ୍ୟ ଦିଆଯାଇଛି |

ବରିଷ୍ଠ ଆଇଏଏସ୍ ଅଫିସର୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ନିଯୁକ୍ତି ମିଳିଛି | ଏହା ସହ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ଶ୍ରୀ ମହାପାତ୍ର । ସ୍ୱତନ୍ତ୍ର ରିଲିଫ୍ କମିଶନର ଥିବା ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଉନ୍ନୟନ କମିଶନର ପଦବୀରେ ନିଯୁକ୍ତ କରାଯାଇଛି |
ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ସରୁଛି | ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।












Click it and Unblock the Notifications