ସ୍ଥିତି ଦେଖି ପଦକ୍ଷେପ ନିଅ : ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
କୋଭିଡ ସଂକ୍ରମଣ ଉପରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ଆଇସୋଲେସନ୍ରେ ରଖିବାକୁ ସେ କହିଛନ୍ତି ।
ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ ସଂକ୍ରମଣ ଉପରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ଆଇସୋଲେସନ୍ରେ ରଖିବାକୁ ସେ କହିଛନ୍ତି । ଫଳରେ ସଂକ୍ରମଣ ରୋକା ଯାଇପାରିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡାକଡ଼ି ପାଳନ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି ।

ଅପରପକ୍ଷରେ ବିମାନବନ୍ଦର ଓ ରେଳ ଷ୍ଟେସନ୍ରେ ବାହାର ରାଜ୍ୟକୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହ ଆବଶ୍ୟକ ପଡିଲେ ଆରଟିପିସିଆର୍ ଟେଷ୍ଟ କରିବା ପାଇଁ ପୌରାଞ୍ଚଳ କମିଶନର ଓ ପୂର୍ବତଟ ରେଳବାଇ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି । ଏଠାରେ ସୂଚନାଥାଉକି, ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ଡରୁ ଆସୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ରେଳ ଷ୍ଟେସନ ଓ ବିମାନବନ୍ଦରରେ କଟକଣା କଡ଼ା କଡ଼ି ପାଳନ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।












Click it and Unblock the Notifications