For Quick Alerts
Turn On Notification  
For Daily Alerts
Oneindia App Download

ଗ୍ଲୋବାଲ ଟେଣ୍ଡର କରିଛି ଓଡ଼ିଶା, 3.8 କୋଟି ଟିକା କିଣିବ ରାଜ୍ୟ ; କୋଭିଡ୍ ମୁକାବିଲା ନେଇ ଗଠନ ହେଲା ଉପଦେଷ୍ଟା କମିଟି

ଟିକା କିଣିବା ନେଇ ଓଡ଼ିଶା ଗୋଲ୍ବାଲ ଟେଣ୍ଡର କରିଛି । ଏହି ଟେଣ୍ଡର ଜରିଆରେ ରାଜ୍ୟ 3 କୋଟି 80 ଲକ୍ଷ ଡୋଜ୍ ଟିକା ପାଇବ । ଚାରି ମାସ ମଧ୍ୟରେ ସପ୍ଲାଏ ଯୋଗାଇ ଦେବାକୁ କୁହାଯାଇଛି । ଆସନ୍ତା 19 ତାରିଖରେ ପ୍ରି-ବ୍ରିଡିଂ ଆଲୋଚନା ରହିଛି ।

|

ଭୁବନେଶ୍ୱର : ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଲକଡାଉନ୍ ସତ୍ତ୍ୱେ ରାଜ୍ୟରେ ଦୈନିକ ସଂକ୍ରମଣ 10 ହଜାରରୁ ଅଧିକ ରହୁଛି । ଯଦିଓ 10ଟି ଜିଲ୍ଲାରେ ଗତ କିଛି ଦିନ ହେବ ସଂକ୍ରମଣ ହାର ହ୍ରାସ ପାଇବା ସହ ସ୍ଥିର ରହିଛି । ବିଶେଷ କରି ଆରମ୍ଭରୁ ଗୁରୁତର ଥିବା ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ହ୍ରାସ ପାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Suresh-Mohapatra

ଟିକା କିଣିବା ନେଇ ଓଡ଼ିଶା ଗୋଲ୍ବାଲ ଟେଣ୍ଡର କରିଛି । ଏହି ଟେଣ୍ଡର ଜରିଆରେ ରାଜ୍ୟ 3 କୋଟି 80 ଲକ୍ଷ ଡୋଜ୍ ଟିକା ପାଇବ । ଚାରି ମାସ ମଧ୍ୟରେ ସପ୍ଲାଏ ଯୋଗାଇ ଦେବାକୁ କୁହାଯାଇଛି । ଆସନ୍ତା 19 ତାରିଖରେ ପ୍ରି-ବ୍ରିଡିଂ ଆଲୋଚନା ରହିଛି । ଏହା ସଫଳ ହେଲେ 28 ମେ ପରେ ଟିକା କିଣିପାରିବା ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର ।

ଏହା ବ୍ୟତୀତ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି । ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ଅଛନ୍ତି । DMET ଏହାର ଆବାହକ ରହିଛନ୍ତି । କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ । ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ । କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Secretary of Odisha on Global Tender Of Odisha For Procurement of Corona Vaccine
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X