For Quick Alerts
Turn On Notification  
For Daily Alerts
Oneindia App Download

ଅପ୍ରେଲରୁ ଆରମ୍ଭ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ : ପ୍ରସ୍ତାବିତ ହକି ଷ୍ଟାଡିୟମ୍ ସ୍ଥାନ ପରିଦର୍ଶନ କଲେ 5-ଟି ସଚିବ

ରାଉରକେଲାରେ ପ୍ରସ୍ତାବିତ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି) ଭି.କେ ପାଣ୍ଡିଆନ୍ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଆର୍ ଭିନିଲ୍ କ୍ରିଷ୍ଣା ।

|

ଭୁବନେଶ୍ୱର : ଅପ୍ରେଲରୁ ଆରମ୍ଭ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ । ଏନେଇ ରାଉରକେଲାରେ ପ୍ରସ୍ତାବିତ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି) ଭି.କେ ପାଣ୍ଡିଆନ୍ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଆର୍ ଭିନିଲ୍ କ୍ରିଷ୍ଣା । ମଙ୍ଗଳବାର ରାଉରକେଲା ଗସ୍ତ କରି ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଚାଡିୟମର ସ୍ଥାନ ତଦାରଖ କରିଛନ୍ତି । 2022 ସୁଦ୍ଧା ଏହି ଷ୍ଟାଡିୟମର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Rourkela-V k pandian

ସୂଚନାଯୋଗ୍ୟ, ରାଉରକେଲାରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଚାଡିୟମ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ । ଏହି ନୂଆ ଷ୍ଟାଡିୟମ ଜାନୁଆରୀ 2023ରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଆୟୋଜନ ସ୍ଥଳ ହେବ ବୋଲି ମଧ୍ୟ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ଏହା ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକାଥରେ କୋଡ଼ିଏ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ ।

ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଚାଡିୟମ୍ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ବିଶ୍ୱ ସ୍ତରୀୟ ଅନୁଭୂତି ପ୍ରଦାନ କରି ପାରିବା ନେଇ ଡିଜାଇନ ପ୍ରସ୍ତୁତି କରାଯାଉଛି । ବିଶ୍ୱର ଅତ୍ୟାଧୁନିକ ଏବଂ ସମ୍ମନ୍ୱିତ ହକି ଷ୍ଟାଡିୟମ୍ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ମୁଖ୍ୟ ପିଚ୍ ସହ ଫ୍ଲଡ ଲାଇଟ୍, ଅଭ୍ୟାସ୍ ପିଚ୍, ଜିମ୍, ହ୍ଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ ।

ସୁନ୍ଦରଗଡ଼ ଜିଲ୍ଲା ହକି ଖେଳାଳୀଙ୍କ ପାଇଁ ପ୍ରସିଦ୍ଧ । ଭାରତୀୟ ହକିକୁ ସୁନ୍ଦରଗଡ଼ର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଷ୍ଟାଡିୟମ୍ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ । ଏହାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି) କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଆଲୋଚନା କରିଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କ୍ରାଯ୍ୟାଳୟ ପକ୍ଷରୁ ସୂଚନା ଦିଆୟାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Ministers Secretary V K Pandian Visits Purposed Hockey Stadium at Rourkela.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X