କେନ୍ଦ୍ର ସାରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମାସିକ କୋଟା ସହ ବକେୟା ସାର ଯୋଗାଣ ନେଇ କଲେ ଉଲ୍ଲେଖ

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ଭୁବନେଶ୍ୱର : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

Naveen Patnaik

ମେ', ଜୁନ ଓ ଜୁଲାଇ ମାସରେ ସାର ଯୋଗାଣ କମ୍ ହୋଇଛି । ଏଥିପାଇଁ ରାଜ୍ୟକୁ ତୁରନ୍ତ ସାର ଯୋଗାଇବାକୁ କେନ୍ଦ୍ରକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର 2 ଲକ୍ଷ 31 ହଜାର 530 ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା, କିନ୍ତୁ ମିଳିଛି ମାତ୍ର 1 ଲକ୍ଷ 45 ହଜାର 145 ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର 1 ଲକ୍ଷ 52 ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି 97 ହଜାର 763 ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ମୋଟ୍ ୟୁରିଆ ଯୋଗାଣର ମିଳିଛି 60 ପ୍ରତିଶତ । ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି 60 ରୁ 74 ପ୍ରତିଶତ ।

ସାଇକ୍ଲୋନ୍ ୟାସ୍‌ରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+