ଖୋଲା ବଜାରରେ ଟିକା ଉପଲବ୍ଧ ଓ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କୋଭିଡ୍-19 ଟିକାକୁ ସରକାରୀ ଯୋଗାଣ ବାହାରେ, ତଥା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର : କୋଭିଡ୍-19 ଟିକାକୁ ସରକାରୀ ଯୋଗାଣ ବାହାରେ, ତଥା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ । ଏହାଦ୍ୱାରା ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ଦେଇପାରିବେ ବୋଲି ଚିଠିଲେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Patnaik

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, କୋଭିଡ୍‌ ସଙ୍କଟ ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ରହିବା ସହ ଏକ ଟିମ୍‌ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି । ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା 47 ଲକ୍ଷ କୋଭିଡ୍‌ ଟିକା ଦେଇସାରିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଟିକାର ନଷ୍ଟ ହାର ସର୍ବନିମ୍ନ ରହିଛି । ଏହାଛଡ଼ା ଦୈନିକ 3ଲକ୍ଷ ଟୀକାକରଣ କରାଇବା ନେଇ ରାଜ୍ୟର କ୍ଷମତା ରହିଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୈନିକ 3 ଲକ୍ଷ କରୋନା ଟିକାର ଡୋଜ୍ ଦିଆଗଲେ 45 ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ 160 ଦିନ ସମୟ ଲାଗିବ । କିନ୍ତୁ ଟିକା ଯୋଗାଣରେ ଅସୁବିଧା ଯୋଗୁଁ ଆମକୁ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏଣୁ 25 ଲକ୍ଷ ଭ୍ୟାକ୍ସିନ ଯୋଗାଇବାକୁ ଚିଠିରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ ।

ଏହାଛଡା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆହୁରି 4ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ । ବର୍ତ୍ତମାନର କରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ । ଯେଉଁ ଟିକା ଗୁଡିକୁ ମଞ୍ଜୁରୀ ମିଳିଛି ତାର ଯୋଗାଣ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି ।

ଏହା ବ୍ୟତୀତ, କୋଭିଡ୍‌ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍‌ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମେଟ୍ରୋପଲିଟାନ୍‌ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍‌ଡାଉନ୍‌ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+