ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରସ୍ତୁତି ନେଇ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ ।

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସୂଚନା ଅନୁସାରେ ଆଜି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ 24 ତାରିଖରେ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । 26 ରେ ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ବୋଲି ଅନୁମାନ କରାଯାଉଛି । ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରସ୍ତୁତି ନେଇ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ ।

Naveen Patnaik

ଏହି ବୈଠକରେ 14 ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ସହ ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି । ଏହା ପୂର୍ବରୁ ଗତ 2 ଦିନ ହେଲା ଏସଆରସି ନିୟମିତ ବୈଠକ କରିବା ସହ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖିଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା 'ୟସ୍' ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଦେଇ ଅତିକ୍ରମ କରିବ । 26 ତାରିଖ ସକାଳେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ଆକଳନ କରାଯାଉଥିଲେ ସୁଦ୍ଧା ସ୍ପଷ୍ଟ ଚିତ୍ର ଆସିନାହିଁ । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ (ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ) ରୂପ ନେଇ 160 କିଲୋମିଟର ବେଗରେ ପବନ ହୋଇପାରେ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+