ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ 8 ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ପୁରୀ : ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ 8 ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ଏହି ବୈଠକରେ ଜିଲ୍ଲା ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ୍ ବିଭାଗ ଅଧିକାରୀମାନେ ସାମିଲ ରହିବେ । କୋଭିଡ କଟକଣାରେ ରଥଯାତ୍ରା ଆୟୋଜନ ନେଇ ବୈଠକରେ ଆଲୋଚନା ହେବ ।
ସ୍ନାନଯାତ୍ରା କୋଭିଡ୍ କଟକଣା ମଧ୍ୟରେ ସୁରୁଖୁରୁରେ ସମ୍ପର୍ଣ୍ଣ ହେବା ପରେ ବର୍ତ୍ତମାନ ଜୁଲାଇ 12 ତାରିଖରେ ରଥଯାତ୍ରା ପରିଚାଳନା ନେଇ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି । ଗତବର୍ଷ ପରି ରଥଯାତ୍ରା କୋଭିଡ କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେପଟେ ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟ ବଢାଇଥିବାବେଳେ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ସମାପନ କରିବେ ରାଜ୍ୟ ସରକାର ।












Click it and Unblock the Notifications