For Quick Alerts
Turn On Notification  
For Daily Alerts
Oneindia App Download

କୋଭିଡ୍ ପରିସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବଢୁଥିବା କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ସନ୍ଧ୍ୟା 5.30 ମିନିଟରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

|

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ସନ୍ଧ୍ୟା 5.30 ମିନିଟରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ, ବଢୁଥିବା କରୋନା ସଂକ୍ରମଣ ଚେନକୁ ରୋକିବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ କରୋନା କଟକଣା କଡାକଡି କରିବା ସହ ସଚେତନତା ଅଭିଯାନ ଜାରି ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ରହିଥିବା ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ କିପରି କରୋନା ସଂକ୍ରମଣକୁ ରୋକାଯାଇପାରିବ ସେ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି ।

corona-virus

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ହିଁ ଆମକୁ କରୋନାରୁ ସୁରକ୍ଷିତ କରିବ। ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ଏଥିରେ ହେଳା କରନ୍ତୁ ନାହିଁ । କୋଭିଡ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ । ଆସନ୍ତୁ, ଏହି ଲଢେଇକୁ ଦୃଢତାର ସହ ଲଢିବା ବୋଲି ଟ୍ୱିଟ୍ ଯୋଗେ ଜନତାଙ୍କୁ ନିବେଦନ କରିଥିଲେ ।

ସେହିପରି ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା ଶନିବାର ଠାରୁ ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ସାରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ୍ୟୁ ଜାରି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik Will Review On Corona Situation of Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X