For Quick Alerts
Turn On Notification  
For Daily Alerts
Oneindia App Download

ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନଜରରେ ରଖି କରୋନା ଗାଇଡଲାଇନ ପାଳନ ଓ ସଚେତନତା ନେଇ ବାର୍ତ୍ତା ରଖିବେ ମୁଖ୍ୟମନ୍ତ୍ରୀ ।

|

ଭୁବନେଶ୍ୱର : ଆଜି ଅପରାହ୍ନ 4ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନଜରରେ ରଖି କରୋନା ଗାଇଡଲାଇନ ପାଳନ ଓ ସଚେତନତା ନେଇ ବାର୍ତ୍ତା ରଖିବେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ମାମଲା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବୃଦ୍ଧିପାଉଛି । ମୁଖ୍ୟମନ୍ତ୍ରୀଙ୍କ ଆଜିର ସମ୍ବୋଧନରେ କୋଭିଡ୍ କଟକଣା କଡ଼ାକଡ଼ି କରିବା ସହ ପ୍ରଶାସନିକ କ୍ଷେତ୍ରରେ ଅଧିକ ପଦକ୍ଷେପ ଉପରେ ବାର୍ତ୍ତା ରହିପରେ ବୋଲି କୁହାଯାଉଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବେଶ୍ ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି ।

Naveen Patnaik

ରାଜ୍ୟରେ କରୋନା ବୃଦ୍ଧିକୁ ରୋକିବା ପାଇଁ ରାଜ୍ୟରେ କିଛି ଦିନ ପୂର୍ବରୁ 10ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ରାଜ୍ୟକୁ କରୋନା ପରିଚାଳନା ପାଇଁ 300 କୋଟି ଟଙ୍କା ପ୍ରଦାନ କରିବା ସହ 10 ଦିନ ପାଇଁ ଆଗୁଆ ଟିକା ପଠାଇବା ନେଇ ଦାବି କରିଥିଲେ ଶ୍ରୀ ପଟ୍ଟନାୟକ । ଏହା ସହିତ ମୁଖ୍ୟଶାସନ ସଚିବଙ୍କ ପକ୍ଷରୁ ଗତକାଲି ଅନ୍ତଃରାଜ୍ୟ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ସହ ଛତିଶଗଡ଼ ସୀମା ଦେଇ ଓଡ଼ିଶାକୁ ଆସୁଥିବା ରେଳ ଚଳାଚଳ ବନ୍ଦ କରିବାକୁ ଚିଠି ଲେଖି ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି । ଗତ 24 ଘଣ୍ଟାରେ ରାଜ୍ୟରେ 1282 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 755 ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି 527 ଟି ହେଉଛି ଲୋକାଲ୍ କେସ୍‌ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 224 ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 192 ଓ କଳାହାଣ୍ଡିରୁ 108 ଜଣ ଚିହ୍ନଟ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik Will Address To State at 4pm Today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X