ଅକ୍ସିଜେନ୍ ପ୍ଳାଣ୍ଟର ଶିଳାନ୍ୟାସ ସହ ICU ଗୃହ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ କରୋନା ଲଢେଇରେ ସଶକ୍ତ ହେବାକୁ ଆଉ ପାଦେ ଆଗକୁ ବଢିଛି ଓଡ଼ିଶା । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହା ସହିତ ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଏହା ବ୍ୟତୀତ ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Patnaik

ଭିଡ଼ିଓ କନଫରେନ୍ସିଂ ଜରିଆରେ ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଶିଳାନ୍ୟାସ ସହ ନୟାଗଡରେ 6 ଶଯ୍ୟା ବିଶିଷ୍ଟ ICU ଗୃହକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ଶିଳାନ୍ୟାସ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଭିନ୍ନ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଆବଶ୍ୟକ ମୁତାବକ ଅକ୍ସିଜେନ ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ମିଳିପାରିବ । ବାରିପଦାର ପିଆରଏମ୍ ହସ୍ପିଟାଲରେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+