For Quick Alerts
Turn On Notification  
For Daily Alerts
Oneindia App Download

ଅକ୍ସିଜେନ୍ ପ୍ଳାଣ୍ଟର ଶିଳାନ୍ୟାସ ସହ ICU ଗୃହ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

|

ଭୁବନେଶ୍ୱର: ରାଜ୍ୟରେ କରୋନା ଲଢେଇରେ ସଶକ୍ତ ହେବାକୁ ଆଉ ପାଦେ ଆଗକୁ ବଢିଛି ଓଡ଼ିଶା । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହା ସହିତ ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଏହା ବ୍ୟତୀତ ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen Patnaik

ଭିଡ଼ିଓ କନଫରେନ୍ସିଂ ଜରିଆରେ ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଶିଳାନ୍ୟାସ ସହ ନୟାଗଡରେ 6 ଶଯ୍ୟା ବିଶିଷ୍ଟ ICU ଗୃହକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ଶିଳାନ୍ୟାସ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଭିନ୍ନ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଆବଶ୍ୟକ ମୁତାବକ ଅକ୍ସିଜେନ ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ମିଳିପାରିବ । ବାରିପଦାର ପିଆରଏମ୍ ହସ୍ପିଟାଲରେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik inaugurated the ICU building with the foundation stone of the oxygen plant
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X