Get Updates
Get notified of breaking news, exclusive insights, and must-see stories!

କଟକ ଏସସିବିରେ ଏକମୋ ମେସିନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ‘କଟକ ଏସସିବି ପୂର୍ବ ଭାରତର ଏକମୋ ହବ୍'

କଟକ ଏସସିବିରେ ଲୋକାର୍ପିତ ହେଲା ଏକମୋ ଚିକିତ୍ସା । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ 9ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : କଟକ ଏସସିବିରେ ଲୋକାର୍ପିତ ହେଲା ଏକମୋ ଚିକିତ୍ସା । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ 9ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 'କଟକ ଏସସିବି ପୂର୍ବ ଭାରତର ଏକମୋ ହବ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଏହି ଚିକିତ୍ସା ବହୁତ ମହଙ୍ଗା ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଯୋଗାଇଦେବେ । ଏଥିରେ ଯାହା ବି ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ ।'

Naveen Patnaik

ଏହା ସହ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଦେଶର ପ୍ରଥମ ମାଗଣା ଏକମୋ ଚିକିତ୍ସା କେନ୍ଦ୍ର ହୋଇଛି ଏସସିବି । ତୃତୀୟ ଲହର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ କଟକଣା କୋହଳ କରାଯାଇଛି, କିନ୍ତୁ ଦୁଃଖ ଦୂର ହୋଇନାହିଁ । ଏଥିରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ନିୟମକୁ କଡ଼ାକଡ଼ି କରିବାକୁ ହେବ । ଏଥିପାଇଁ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତେବେ ଆଜିର ଏହି ଗସ୍ତର ସମୟରେ ତାଳଦଣ୍ଡା କେନାଲ ରୋଡ୍ ହୋଇ ଏସ୍‌ସିବିରେ ପହଞ୍ଚିଥିଲେ । ଏହି ସମୟରେ କିଛି ସମୟ ପାଇଁ ତାଳଦଣ୍ଡା କେନାଲ ରୋଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ସହ ସେଠାକାର ସୁନ୍ଦରତାକୁ ଉପଭୋଗ କରିଥିଲେ ଏବଂ ଫଟୋ ମଧ୍ୟ ଉଠାଇଛନ୍ତି ।

ପ୍ରସ୍ତୁତ ହୋଇଥିବା 9ଟି ଏକମୋ ମେସିନ ମଧ୍ୟରୁ 6 ଟି କରୋନାରୁ ସୁସ୍ଥ ରୋଗୀଙ୍କ ପାଇଁ ବ୍ୟବହାର ହେବା ସହ ଅନ୍ୟ 3 ଟି କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହାର ହେବ । ଦୁଇଟି ପର୍ଯ୍ୟାୟରେ 19 ଜଣ ଡାକ୍ତରଙ୍କୁ ଏ ନେଇ ତାଲିମ ମଧ୍ୟ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+