For Quick Alerts
Turn On Notification  
For Daily Alerts
Oneindia App Download

24 ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ପାଇବେ ପୁରୀବାସୀ ; 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏବେ ପୁରୀରେ 24 ଘଣ୍ଚା ଉପଲବ୍ଧ ହେବ ବିଶୁଦ୍ଧ ପାନୀୟ ଜଳ । ସମସ୍ତ ପୁରୀବାସୀ ପାଇପ ଯୋଗେ ପାଇବେ ପାନୀୟ ଜଳ । ଆଜି 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

|

ଭୁବନେଶ୍ୱର : ଏବେ ପୁରୀରେ 24 ଘଣ୍ଚା ଉପଲବ୍ଧ ହେବ ବିଶୁଦ୍ଧ ପାନୀୟ ଜଳ । ସମସ୍ତ ପୁରୀବାସୀ ପାଇପ ଯୋଗେ ପାଇବେ ପାନୀୟ ଜଳ । ଆଜି 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ପ୍ରକଳ୍ପ ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହ ବର୍ଷକୁ ଏଠାକୁ ଆସୁଥିବା 2 କୋଟି ପର୍ଯ୍ୟଟକ ଉପକୃତ ହେବେ । 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ବା ସୁଜଳ ଯୋଜନାରେ ଆପଣମାନେ ସିଧାସଳଖ ଟ୍ୟାପରୁ ବିଶୁଦ୍ଧ ପାଣି ପିଇପାରିବେ ।

Naveen Patnaik

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ । ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହର ମାନଙ୍କରେ ବି, ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନ୍ୟୁ ୟର୍କ, ସିଙ୍ଗାପୁର ଆଦି ବିଶ୍ବର ବଡ ବଡ ସହର ତାଲିକାରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ସେ କହିଥିଲେ । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ।

ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ water fountain କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା 400 ମେଟ୍ରିକ ଟନ୍‌ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ମଧ୍ୟ ସହର ରକ୍ଷା ପାଇପାରିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, 5-ଟି Transformative Initiativeର ଏହା ହେଉଛି ଶ୍ରେଷ୍ଠ ମଡେଲ । ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଭଲ ପିଇବା ପାଣି ପାଇଁ ବଜେଟକୁ 5 ବର୍ଷରେ 20 ଗୁଣ ବୃଦ୍ଧି କରାଯାଇଛି ଓ 200 କୋଟିର ବଜେଟ ଆଜି 4 ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik Inaugurated 'Drink From Tap' Project In Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X