Get Updates
Get notified of breaking news, exclusive insights, and must-see stories!

କରୋନାରେ ମୃତ 17 ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଭିଡ ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ମୃତ 17 ଜଣ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି ।

ଭୁବନେଶ୍ୱର : କୋଭିଡ ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ 17 ଜଣ ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି ।

ଭୁବନେଶ୍ୱରର 4 ଜଣ, ବଲାଙ୍ଗୀରର 3 ଜଣ ସାମ୍ବାଦିକ, ଗଞ୍ଜାମର 7 ଜଣ, ଯାଜପୁରର 2 ଜଣ ଏବଂ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାକୁ ମିଳିବ ଏହି ଅନୁକମ୍ପା ରାଶି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି 17 ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ ।

naveen patnaik

'ଜି-ଓଡ଼ିଶାର ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, 'ଆଜିକାଲି'ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, 'ଟାଇମସ୍‌ ଅଫ୍‌ ଇଣ୍ଡିଆ'ର ସ୍ୱର୍ଗତ ପ୍ରୀତିମାନ୍‌ ମହାପାତ୍ରଙ୍କ ପରିବାରବର୍ଗ 15 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ। ସେହିପରି ଗଞ୍ଜାମ ଜିଲ୍ଲାର 'ଟିଭି ନ୍ୟୁଜ୍‌ 6(ଓ୍ୱେବ୍‌)'ର ସାମ୍ବାଦିକ ଗୋବିନ୍ଦ ବେହେରା, 'ସମ୍ବାଦ'ର ପ୍ରଦୀପ କିଶୋର ସାହୁ, 'ସମାଜ'ର କିଶୋର ଚନ୍ଦ୍ର ଦାଶ, 'ଓଡ଼ିଶା ଫାଇଲସ୍‌'ର ନରେଶ କୁମାର ବେହେରା, 'କଳିଙ୍ଗ ଜ୍ୟୋତି, ନନ୍ଦିନୀ'ର ସାମ୍ବାଦିକ ରନିକର ମହାରଣା, ବ୍ଲକ୍‌ କରେସ୍‌ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, 'ଅନୁପମ ଭାରତ'ର କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲାର 'ସମ୍ବାଦ'ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ, 'ପ୍ରଗତିବାଦୀ'ର କୈଳାଶ ଚନ୍ଦ୍ର ସାହୁ, 'ନକ୍ଷତ୍ର ଟିଭି'ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲ୍ଲାର 'ମନ୍ଥନ'ର ସାମ୍ବାଦିକ ଅଶୋକ କୁମାର ସାହୁ, 'ଲୋକସଂପର୍କ'ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ ।

କରୋନା କାଳରେ ପ୍ରାଣ ହରାଇଥିବା ଏହି 17 ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୋଟ 2 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ ।

ସେହିପରି ଆଉ କେତେ ଜଣ ମୃତ ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଚାରାଧୀନ ଅଛି । ଜିଲ୍ଲାସ୍ତରରେ ଏସବୁର ଅନୁସନ୍ଧାନ ଜାରି ରହିଛି । ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+