ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ବିନା ଲକଡାଉନରେ ଆମେ କରୋନାର ମୁକାବିଲା କରିବା, ସଂକଳ୍ପ ନେବା ମାସ୍କ ପିନ୍ଧିବା
ଆଜିଠାରୁ 14 ଦିନ ପର୍ଯ୍ୟନ୍ତ ଚାଲିବ ମାସ୍କ ଅଭିଯାନ । ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ଦୁଇ ଗୁଣା ଜରିମାନା । ଏନେଇ କଟକଣା କଡ଼ାକଡ଼ି କରିବାକୁ ମୁଖ୍ୟ ରିଲିଫ୍ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର : ଆଜିଠାରୁ 14 ଦିନ ପର୍ଯ୍ୟନ୍ତ ଚାଲିବ ମାସ୍କ ଅଭିଯାନ । ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ଦୁଇ ଗୁଣା ଜରିମାନା । ଏନେଇ କଟକଣା କଡ଼ାକଡ଼ି କରିବାକୁ ମୁଖ୍ୟ ରିଲିଫ୍ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରାଜ୍ୟକୁ ସମ୍ବୋଧିତ କରିବା ସମୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ସହ ମାସ୍କକୁ ବେକରେ ନଝୁଲାଇ ଭଲଭାବେ ନାକକୁ ଘୋଡ଼ାଇ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଚଉଦ ଦିନ ଯଦି ଆମେ କୌଣସି ନିୟମକୁ କଡ଼ାକଡି ଭାବେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ ଭାବେ ମାସ୍କ ପିନ୍ଧିବା । ବିନା ମାସ୍କରେ ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାକୁ ଜିତିପାରିବା ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ଏହି ଅବସରରେ ସେ କହିଛନ୍ତି 'ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ ।' ଅର୍ଥାତ୍ ଘରୁ କୌଣସି ବି ବ୍ୟକ୍ତି ବାହରକୁ ବାହାରିବା ସମୟରେ ଘରେ ମା ମାନେ ସେମାନଙ୍କର ମାସ୍କ ପିନ୍ଧିଥିବା ନେଇ ନିଶ୍ଚୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ ମା ମାନେ ସତର୍କ ହେଲେ ଆମ ଘରକୁ କରୋନା ପଶି ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
ରାଜ୍ୟବାସୀଙ୍କୁ ଆଜି ଅପରାହ୍ନ 4ଟାରେ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମାନବ ଇତିହାସରେ ଏପରି ସଂକଟ କେବେ ଦେଖାଦେଇନଥିଲା । କେତେକ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ଏହା ସହିତ ଦେଶର କେତେକ ରାଜ୍ୟରେ ଦ୍ୱିତୀୟ ଲହର ଆରମ୍ଭ ହେବା ସହ ଲକଡାଉନ୍, ସଟଡାଉନ୍ ଏବଂ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଆଗକୁ କରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହିଁନ୍ତି । ତେଣୁ ଆମେ ଆମର ଜୀବନଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣିପାରିବା ମାସ୍କକୁ ଆମର ସାଥୀ କରିପାରିବା, ତେବେ ଆମେ ବିନା ଲକଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା । ରାଜ୍ୟବାସୀଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ମାସ୍କ ହିଁ ବର୍ତ୍ତମାନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ଟିକା ନେଇଥିବା ଲୋକ ହେଉ ଅବା ନନେଇଥିବା ଲୋକ ମାସ୍କ ପିନ୍ଧନ୍ତୁ । ତାହେଲେ ଯାଇ ଆମେ ବିନା ଲକଡାଉନରେ କରୋନାକୁ ରୋକିପାରିବା । ଲକଡାଉନର ନେଗେଟିଭ୍ ଇମ୍ପାକ୍ଟକୁ ପ୍ରତିହତ କରିପାରିବା । ଯଦି ଆପଣ ଚାହାଁନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ, ଆପଣଙ୍କ ଜୀବିକା ଠିକ ଭାବେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡ଼ିବ ।












Click it and Unblock the Notifications