ଓଡ଼ିଶା ଆଗରେ ମୁଣ୍ଡ ନୁଆଁଇଲା କେନ୍ଦ୍ର ; ପ୍ରତ୍ୟାହାର କଲା NMA ବାଇ-ଲ
ମୁଣ୍ଡ ନୁଆଁଇଲା କେନ୍ଦ୍ର ସରକାର । ପ୍ରତ୍ୟାହାର କରିନେଲା ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ।
ଭୁବନେଶ୍ୱର : ରହିଲା ଓଡ଼ିଶାର ଦାବି । ମୁଣ୍ଡ ନୁଆଁଇଲା କେନ୍ଦ୍ର ସରକାର । ପ୍ରତ୍ୟାହାର କରିନେଲା ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ଦାବି ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଏହାପରେ ବାଇ-ଲ' ପ୍ରତ୍ୟାହାର ଲାଗି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, 'ଓଡ଼ିଶା ସାଂସଦ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୁହରି ମହତାବଙ୍କ ନେତୃତ୍ୱରେ ସାସଂଦମାନଙ୍କ ସହ ସାକ୍ଷାତ କରିଛି । ମୁଁ ପ୍ରତିନିଧି ମଣ୍ଡଳକୁ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି । ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ । ଏଥିସହ କୌଣସି ପଦକ୍ଷେପ ନେବା ପୂର୍ବରୁ ଆପୋଷ ବୁଝାମଣା ହେବ ।'
ओड़िसा के सांसदों ने मा सांसद @OfPinaki एवं भर्तहरि मेहताब जी के नेतृत्व में भेंट की।मैने प्रतिनिधि मंडल को बतलाया कि नोटिफिकेशन को वापिस लेने का निर्देश दे दिया है।पुरी के संबंध में जब भी कोई कार्यवाही करेंगे वह ओड़िया भाषा में आपसी सहमति से होगी @PMOIndia pic.twitter.com/oCTG3FX9YM
— Prahlad Singh Patel (@prahladspatel) February 8, 2021
ଅପରପକ୍ଷରେ ଶ୍ରୀ ମନ୍ଦିର ଲାଗି ପ୍ରସ୍ତାବିତ ଏହି ବାଇ-ଲ'କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧ କରିଥିଲେ । ସୋମବାର ନବୀନ ପୁରୀ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ପ୍ରତି କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପ୍ରତ୍ୟାହାର କରିବାକୁ ହେବ । କେହି ମଧ୍ୟ ମହା ପ୍ରଭୁଙ୍କ ବିକାଶ କାର୍ଯ୍ୟରେ ବାଧା ଦେଇପାରିବେ ନାହିଁ ।












Click it and Unblock the Notifications