ମାଟ୍ରିକ ମୂଲ୍ୟୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ମାଟ୍ରିକ ମୂଲ୍ୟାୟନ ପଦ୍ଧତିକୁ ଅନୁମୋଦନ ଦେଇଛି ବୋର୍ଡ । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ ହେବ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ।
ଭୁବନେଶ୍ୱର : ମାଟ୍ରିକ ମୂଲ୍ୟାୟନ ପଦ୍ଧତିକୁ ଅନୁମୋଦନ ଦେଇଛି ବୋର୍ଡ । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ ହେବ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ । ଏଥିସହ ମୂଲ୍ୟାୟନ ବେଳେ ନବମର 40 ପ୍ରତିଶତ ଓ ଦଶମର 60 ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ । ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି ।

ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧ୍ୟାନ୍ୟ ଦିଆଯିବ । ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିବେ ନବମ ଶ୍ରେଣୀର 70 ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଶିକ୍ଷକ ଅପଲୋଡ କରିବେ । ଏନେଇ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ । ଏଥିପାଇଁ 2 ହଜାର 766 ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଛି । ମେଣ୍ଟର ସ୍କୁଲ ମାଧ୍ୟମରେ ଅନ୍ୟ ସ୍କୁଲର ମୂଲ୍ୟାୟନ ହେବ । ମାର୍କ ଅପ୍ଲୋଡ୍ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ । ଆସନ୍ତା 31 ତାରିଖ ସୁଦ୍ଧା ଅପ୍ଲୋଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତା'ପରେ ଟାବୁଲେସନ ଓ ରେଜଲ୍ଟ ପ୍ରସେସିଂ କାମ ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ଜୁନ 30 ସୁଦ୍ଧା ଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ନାହିଁ, ସେମାନଙ୍କ ପାଇଁ କରୋନା ସ୍ଥିତି ସୁଧୁରିବା ପରେ ଲିଖିତ ଭାବେ ପରୀକ୍ଷା ହେବ । ଏହି କ୍ଷେତ୍ରରେ ଲିଖିତ ପରୀକ୍ଷାର ଫଳ ହିଁ ଚୂଡ଼ାନ୍ତ ହେବ ।
ସୂଚନାଯୋଗ୍ୟ, ଗତ ଅପ୍ରେଲ 24 ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍ କରାଯାଇଥିଲା । ପରୀକ୍ଷା ବାତିଲ ବିଭିନ୍ନ ଆଡ଼ୁ ପ୍ରତିବାଦ ପରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ 6 ଲକ୍ଷ 47 ହଜାର ପିଲା ପରୀକ୍ଷା ଦେଇଥାନ୍ତେ । ଏଥିନିମନ୍ତେ 33ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା । ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ 28 ତାରିଖରୁ ଅପ୍ରେଲ 25 ପର୍ଯ୍ୟନ୍ତ 100 ଦିନିଆ ପାଠପଢ଼ା ମଧ୍ୟ ଚାଲିଥିଲା । ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ 80 ମାର୍କର ପରୀକ୍ଷା ଦେଇଥାନ୍ତେ ।












Click it and Unblock the Notifications