For Quick Alerts
Turn On Notification  
For Daily Alerts
Oneindia App Download

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ଘରୁ ସାମ୍ପୁଲ୍ କଲେକସନ ଓ ଟିକାକରଣ କରିବ ବିଏମସି

ବରିଷ୍ଠ ନାଗରିକମାନେ ଟେଷ୍ଟିଂ ସେଣ୍ଟରକୁ ଯିବା ନେଇ ସମସ୍ୟା ରହୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି 60 ବର୍ଷରୁ ବୟସ୍କ ବରିଷ୍ଠ ନାଗରିକମାନେ 1929 କୁ କଲ କରି ଠିକଣା ଓ ଫୋନ ନମ୍ବର ଦେଲେ ଘରୁ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

|

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏନେଇ ଆହୁରି ସତର୍କ ହୋଇଛି ଭୁବନେଶ୍ୱର ମହାନଗର ନିଗମ । ବିଶେଷ କରି ବରିଷ୍ଠ ନାଗରିକଙ୍କ ସାମ୍ପୁଲ୍ ଟେଷ୍ଟିଂ ଏବଂ ଟିକାକରଣ ନେଇ ବିଏମସି ତତ୍ପର ହେବା ସହ ଘରୁ ଆସି ସାମ୍ପୁଲ୍ କଲେକ୍ଲନ୍ କରିବା ନେଇ ନିଷ୍ପତ୍ତି ନେଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।

BMC-Commissioner

ବିଏମସି ପକ୍ଷରୁ 1929 କଲ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି । ଏହା ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ନିଆଯାଇପାରିବ । କିନ୍ତୁ ବରିଷ୍ଠ ନାଗରିକମାନେ ଟେଷ୍ଟିଂ ସେଣ୍ଟରକୁ ଯିବା ନେଇ ସମସ୍ୟା ରହୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି 60 ବର୍ଷରୁ ବୟସ୍କ ବରିଷ୍ଠ ନାଗରିକମାନେ 1929 କୁ କଲ କରି ଠିକଣା ଓ ଫୋନ ନମ୍ବର ଦେଲେ ଘରୁ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ଆସନ୍ତା ସୋମବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବରରେ ଦୈନିକ ଟେଷ୍ଟିଂ ହାରକୁ ମଧ୍ୟ ବୃଦ୍ଧି କରାଯିବ । ଟିକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଏଥିପାଇଁ ଭିତ୍ତିଭୂମୀ ବୃଦ୍ଧି ପାଇଁ ଯୋଜନା କରାଯାଉଛି । ବରିଷ୍ଠ ନାଗରିକଙ୍କ ପାଇଁ ଘରେ ରହି ଟିକାକରଣ କରାଯିବ । ଘରେ ଏକା ରହୁଥିବା ବରିଷ୍ଠ ନାଗରିକ 1929କୁ କଲ କଲେ ସେମାନଙ୍କୁ ଟିକାକେନ୍ଦ୍ରକୁ ନେଇ ଟିକା ଦେବାର ବ୍ୟବସ୍ଥା କରାଯାଉଛି । ସୋମବାର ଠାରୁ ପୁଣି ଥରେ ଡ୍ରାଇଭ ଇନ ଟିକାକରଣ କରାଯିବ । ଭୁବନେଶ୍ବରରେ କୋଭିଡ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଏହା ବ୍ୟତୀତ ଲକଡାଉନ ଏବଂ ସଟଡାଉନରେ ବିଏମସି ଓ ପୋଲିସ ପ୍ରଶାସନ ସହ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଏମସି କମିଶନର । ସୁରକ୍ଷା କବଚ ପାଇଁ ଲକଡାଉନ ଓ ସଟଡାଉନ କରିଛନ୍ତି । ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବାନାହିଁ । ମାସ୍କ ଓ ସାମାଜିକ ଦୂରତା ମାନିବାକୁ ବାରମ୍ବାର ଅନୁରୋଧ କରାଯାଉଛି । କିନ୍ତୁ ଲକ୍ଷଣ ଦେଖାଗଲେ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BMC Will Collect Sample And Provide Mobile vaccine Facility For People Above 60 Years.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X