ଦୁର୍ନୀତି ବିରୁଦ୍ଧରେ ନବୀନଙ୍କ ମନ୍ତ୍ର : ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ପ୍ରତିବର୍ଷ ଦାଖଲ କରିବେ ସମ୍ପତ୍ତି ତାଲିକା

ଏଣିକି ତଳସ୍ତରରୁ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କ ସମେତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ, ସଭାପତି, ଉପସଭାପତି, ଏମ୍ଏଲ୍ଏ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବେ ।

ଭୁବନେଶ୍ୱର : ଦୁର୍ନୀତିମୁକ୍ତ ରାଜ୍ୟ ଗଠନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ | ଏଣିକି ତଳସ୍ତରରୁ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କ ସମେତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ, ସଭାପତି, ଉପସଭାପତି, ଏମ୍ଏଲ୍ଏ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସଂପତ୍ତି ତାଲିକା ଦେବେ ଏବଂ ଏହା ଜନସାଧାରଣଙ୍କ ସୂଚନା ନିମନ୍ତେ ରଖାଯିବ | ଦୁର୍ନୀତି ବିରୁଦ୍ଧରେ ଏପରି ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ବୋଲି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି |

Naveen-Patnaik-BJD-Council-Meeting

ସୋମବାର ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ରାଜ୍ୟ ସରକାରଙ୍କ 'ମୋ ସରକାର' ସବୁବେଳେ ଦିର୍ନୀତି ବିରୁଦ୍ଧରେ ଲଢେଇ କରିଆସିଛି | ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ | ଆମେ ଯଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ନ ଦେଇ ଦୁର୍ନୀତିର ମୂଳୋତ୍ପାଟନ ନ କରିବା, ତେବେ ଆମର ଏସବୁ ଲଢେଇ ମୂଲ୍ୟହୀନ ହୋଇଯିବ | ଏଥି ସହିତ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦୁର୍ନୀତି ବିରୁଦ୍ଧରେ ଆମର ସାଲିସବିହୀନ ଲଢେଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି | ଦୁର୍ନୀତି ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ଅବା ଦୁର୍ନୀତିଲିପ୍ତ ମାନଙ୍କର ସଂପତ୍ତିର ବ୍ୟାଜାପ୍ତି ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି |

ସବୁଠାରୁ ପ୍ରଭାବଶାଳୀ ଲୋକାୟୁକ୍ତ ଗଠନରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୁଦ୍ଧରେ ଆମେ ସବୁବେଳେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଆସିଛୁ | ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ କରାଯିବ ସହ ଏକ ବର୍ଷ ମଧ୍ୟରେ ଆମେ 91ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି | ଏଥି ସହିତ ପେନସନ ମଧ୍ୟ ବନ୍ଦ କରାଯାଇଛି, ଆମେ ଆଗକୁ ଏ ଲଢେଇକୁ ଆହୁରି ଜୋରଦାର କରିବୁ ବୋଲି ବିଜେଡ଼ି ସୁପ୍ରିମୋ କହିଛନ୍ତି |

ଏହି ଅବସରରେ ସେ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଆପଣମାନେ ବହୁତ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି | ସେଥିପାଇଁ ଆପଣମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି | ଆପଣମାନଙ୍କ ସବୁ ପ୍ରସ୍ତାବକୁ ମୁଁ ଅନୁମୋଦନ କରୁଛି |
ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ କରିବା ଭଳି ପ୍ରସ୍ତାବ ଆସିଥିବାରୁ ବ୍ୟକ୍ତିଗତଭାବେ ସେ ଖୁସିବ୍ୟକ୍ତ କରିଛନ୍ତି | ଏଥି ସହିତ backward class survey ସଂପର୍କରେ ମଧ୍ୟ ବହୁତ ଭଲ ପ୍ରସ୍ତାବ ଆସିଛି | ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ନବୀନ ବିଶ୍ୱାସ ପ୍ରକଟ କରିଛନ୍ତି |

BJD-Council-Meeting

ମହିଳାମାନଙ୍କ ସଶକ୍ତିକରଣକୁ ନେଇ ଆସିଥିବା ପ୍ରସ୍ତାବକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ମୋର ସବୁଠାରୁ ପ୍ରିୟ ବିଷୟ | ଆଜି ଏହି ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା | ଆଜି ବୈଠକରେ ଯାହାସବୁ ପ୍ରସ୍ତାବ ପାରିତ ହେବ, ସେଥିରୁ ଯାହା ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡିକୁ ସଂପୃକ୍ତ ମନ୍ତ୍ରୀ ମାନଙ୍କ ପାଖକୁ ପଠାଯିବ | ଏନେଇ ସାଙ୍ଗଠନିକ ସଚିବମାନେ ସେଗୁଡିକୁ କାର୍ଯ୍ୟକାରୀ କରିବାନେଇ ସହଯୋଗ କରିବେ |

ଆଜିର ଏହି ବୈଠକରେ ଶ୍ରୀ ପଟ୍ଟନାୟକ କହିଛନ୍ତି

ଆମେ ଲଢେଇ କରୁଛୁ, ଗରିବୀ ବିରୁଦ୍ଧରେ
ଆମେ ଲଢେଇ କରୁଛୁ, ରୋଗ ବିରୁଦ୍ଧରେ
ଆମେ ଲଢେଇ କରୁଛୁ, ଆଂଚଳିକ ଅସମତା ବିରୁଦ୍ଧରେ
ଆମେ ଲଢେଇ କରୁଛୁ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ
ଆମେ ଲଢେଇ କରୁଛୁ, ଅସମାନତା ବିରୁଦ୍ଧରେ ଅନ୍ୟାୟ ବିରୁଦ୍ଧରେ ଏବଂ ଅପାରଗତା ବିରୁଦ୍ଧରେ

BJD-Council-Meeting

ଆଜି ଏହି ଅବସରରେ ମହାତ୍ମାଗାନ୍ଧୀଙ୍କର ବାର୍ତ୍ତା ସଂପର୍କରେ ମନେ ପକାଇ ସେ କହିଛନ୍ତି, "ଯେତେବେଳେ ତୁମେ ସନ୍ଦେହରେ ଥାଅ ତେବେ ଆପଣ ଦେଖିଥିବା ଗରିବ ଏବଂ ଦୁର୍ବଳ ପୁରୁଷ / ସ୍ତ୍ରୀର ଚେହେରାକୁ ମନେପକାନ୍ତୁ ଏବଂ ନିଜକୁ ପଚାରନ୍ତୁ, ଆପଣ ଭାବିଥିବା ପଦକ୍ଷେପଟି ତାଙ୍କ ପାଇଁ କୌଣସି ଉପଯୋଗୀ ହେବ କି ?

ସୂଚନାଯୋଗ୍ୟ, ବିଜୁ ଯୁବ ଜନତା ଦଳର ବୈଠକରେ ଆଞ୍ଚଳିକ ଦଳର ଭୂମିକା ଏବଂ ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ରାଜ୍ୟରେ ଆଂଚଳିକ ଦଳର ଭୂମିକା ବିଷୟରେ ଆଲୋଚନା ହୋଇଥିଲା | ଏଥି ସହିତ ସେଦିନ ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ବିଷୟରେ ମୁଖ୍ୟମନ୍ତ୍ରୀ ଟିପ୍ପଣୀ ରଖିଥିଲେ | ଏଥିସହିତ ଦଳ ଓ ସରକାରର ଉନ୍ନତି ପାଇଁ ପ୍ରସ୍ତାବ ଦେବାଲାଗି ପରିଷଦର ସଦସ୍ୟଙ୍କୁ ଅନୁରୋଧ କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+