ସାମ୍ବାଦିକ ଓ ସେବାୟତଙ୍କୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର ମାନ୍ୟତା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି

ସମସ୍ତ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବା ସହ ସେମାନଙ୍କୁ ଟୀକାକରଣ କରାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ସାମ୍ବାଦିକଙ୍କୁ ମିଳୁ ଫ୍ରଣ୍ଟ ଲାଇନ୍ ଓ୍ୱାର୍କରର ମାନ୍ୟତା । ସମସ୍ତ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବା ସହ ସେମାନଙ୍କୁ ଟୀକାକରଣ କରାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସେ ଏହି ଚିଠିରେ ଲେଖିଛନ୍ତି, ଫେବୃଆରୀ ମାସରୁ କୋଭିଡ୍ ଯୋଦ୍ଧାଙ୍କୁ ଟୀକକରଣ ଆରମ୍ଭ ହୋଇଛି । କିନ୍ତୁ କାର୍ଯ୍ୟଶୈଳୀ ଦୃଷ୍ଟିରୁ ବିପଦରେ ଥିବା ଆଉ କେତେକ କର୍ମଚାରୀଙ୍କୁ ଫ୍ରଣ୍ଚ ଲାଇନ୍ ଓ୍ୱାର୍କରର ମାନ୍ୟତା ମିଳିପାରିନାହିଁ । ସେମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବା ସହ ଟୀକାକରଣ କରାଇବା ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

PK-Mohapatra

ବିଭିନ୍ନ ଜରୁରୀକାଳୀନ ସେବା ଯେଭଳି ପାନୀୟ ଜଳ ବଣ୍ଟନ, ବିଦ୍ୟୁତକରଣ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ବିମାନବନ୍ଦର, ରେଲ କର୍ମଚାରୀ ଓ ବନ୍ଦର କର୍ମଚାରୀଙ୍କ ସହ ପୁରୀ ଓ ଲିଙ୍ଗରାଜ ସେବାୟତଙ୍କୁ ଫେରଣ୍ଟ ଲାଇନ୍ ଓ୍ୱାର୍କର ମାନ୍ୟତା ଦିଆଯାଇ କୋଭିଡ୍ ଟୀକାକରଣରେ ସାମିଲ୍ ଲାଗି ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

Letter
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+