ନବମ ଓ ଏକାଦଶ ପାଇଁ ଖୋଲିବ ସ୍କୁଲ୍, ରହିବନି ଶିକ୍ଷକଙ୍କ ଅଭାବ
ଆସନ୍ତା 8 ତାରିଖରେ ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବ। ଶିକ୍ଷକ ଅଭାବ ରହିବ ନାହିଁ। ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି
ଭୁବନେଶ୍ୱର : ଆସନ୍ତା 8 ତାରିଖରେ ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବ। ଶିକ୍ଷକ ଅଭାବ ରହିବ ନାହିଁ। ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶିକ୍ଷକଙ୍କ ଅଭାବ ଦୂର କରିବା ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିୟୋଜି କରାଯିବ । ରବିବାର କ୍ଲାସ ହେବନି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ମଧ୍ୟ SOP ପ୍ରସ୍ତୁତ ହେଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବାକୁ SRC ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନବାଡି ଖୋଲିସାରିଛି । ତେଣୁ ପ୍ରଥମରୁ ଅଷ୍ଟମ ଖୋଲାଯିବା ନେଇ ଶିକ୍ଷା ବିଭାଗ ପ୍ରସ୍ତୁତି କରୁଥିବା ନେଇ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲା ହୋଇସାରିଥିବା ବେଳେ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ସ୍ଥିତି ଅନୁଧ୍ୟାନ କରିବା ନେଇ ଜିଲ୍ଲା ସ୍ତରୀୟ ନୋଡାଲ ଅଫିସରେ ବ୍ୟବସ୍ଥା କରାଯାଇଛି । କୋଭିଡ୍ ଗାଇଡଲାଇନ୍ ଅନୁପାଳନ ସହ ପିଲାଙ୍କର ପାଠପଢା ଜାରି ରହିଛି ।
ଏହା ସହିତ ଆସନ୍ତା 11 ତାରିଖରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ । ଏନେଇ ପୂର୍ବରୁ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଅନୁମତି ଦେଇସାରିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications