ମହାମାରୀ ସତ୍ତ୍ୱେ 55 ପ୍ରତିଶତ ବୃଦ୍ଦି ପାଇଛି ରାଜ୍ୟର ରପ୍ତାନୀ : ମୁଖ୍ୟମନ୍ତ୍ରୀ

ମହାମାରୀ କୋଭିଡ୍ ସମୟରେ ରାଜ୍ୟରେ ରପ୍ତାନୀ ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ଗତବର୍ଷ ତୁଳନାରେ 55 ପ୍ରତିଶତ ରପ୍ତାନୀ ବୃଦ୍ଧି ପାଇଛି । ଏହା ଓଡ଼ିଶା ପାଇଁ ଏକ ଭଲ ଉପଲବ୍ଧି ।

ଭୁବନେଶ୍ୱର : ମହାମାରୀ କୋଭିଡ୍ ସମୟରେ ରାଜ୍ୟରେ ରପ୍ତାନୀ ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ଗତବର୍ଷ ତୁଳନାରେ 55 ପ୍ରତିଶତ ରପ୍ତାନୀ ବୃଦ୍ଧି ପାଇଛି । ଏହା ଓଡ଼ିଶା ପାଇଁ ଏକ ଭଲ ଉପଲବ୍ଧି । ଏଥିପାଇଁ ନବୀନ ରପ୍ତାନୀକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହି ଟ୍ରେଣ୍ଡ ଜାରି ରଖିବାକୁ ଆଶା କରିଛନ୍ତି ।

Naveen Patnaik

ଶୁକ୍ରବାର ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର 'ସାଧବ ପୁଅ' ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପ୍ରୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦେଇଥାଏ ।

ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ ସହ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ମୋ ସରକାର ଉତ୍ତମ ପରିବେଶ ସୃଷ୍ଟି ଲାଗି ଚେଷ୍ଟା କରୁଛି । ନୀତି ଆୟୋଗର ଏକ୍ସପୋର୍ଟ ପ୍ରିପାର୍ଡନେସ୍ ଇଣ୍ଡେକ୍ସ (EPI) 2020 ଅନୁସାରେ ପ୍ରଥମ 5 ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥଆନ ପାଇଛି । ଆମର ପ୍ରୟାସ ରପ୍ତାନୀ କାରବାରକୁ ବୃଦ୍ଧି କରିବାରେ ସଫଳ ହେଉଛି । ସ୍ଥାନୀୟ ଉତ୍ପାଦଗୁଡ଼ିକର ରପ୍ତାନୀକୁ ପ୍ରେତ୍ସାହିତ କରିବାକୁ ଜିଲ୍ଲା ସ୍ତରରେ ରପ୍ତାନୀ ପ୍ରେତ୍ସାହନ କମିଟି ଗଠନ କରାଯାଇଛି । ଏଣୁ ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଆମ ମାଲକାନିଗିରି,କଳାହାଣ୍ଡି ବା କନ୍ଧମାଳର ସାମଗ୍ରୀ ଆମେରିକା ଓ ୟୁରୋପ ବଜାରରେ ମିଳିବ ।

Export-ceremony-Odisha

ସାମଗ୍ରୀର ଗୁଣବତ୍ତା ରପ୍ତାନୀ ବୃଦ୍ଧିର ମୁଖ୍ୟ କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ, ସାମଗ୍ରୀର ବିଶ୍ୱସ୍ତରୀୟ ମାନକୁ ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରପ୍ତାନୀ ପୁରସ୍କାର ପାଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକାଠି ମିଶି ଓଡ଼ିଶାକୁ ଦେଶରେ ଏକ୍ସପୋର୍ଟ ହବ୍ କରିପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଭିନ୍ନ ବିଭାଗରେ ମୋଟ 26 ଜଣ ରପ୍ତାନୀକାରୀଙ୍କୁ ପୁରସ୍କୃତ କରାଯାଇଛି । ବୃହତ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା (ଖଣିଜ ଶିଳ୍ପ), ନାଲକୋ (ଧାତୁ), ଟିସିଏସ (ଇଲେକ୍ଟ୍ରୋନିକ୍ସ ଓ ଆଇଟି), ସାମୁଦ୍ରିକ ଉତ୍ପାଦ ବର୍ଗରେ ଫାଲକନ, ଇନଫୋସିସ(ଇଲେକ୍ଟ୍ରୋନିକ୍ସ ଓ ଆଇଟି) ଆଦି କମ୍ପାନି ପୁରସ୍କୃତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+