5-ଟି ସଚିବଙ୍କ ପୁରୀ ଅନୁଧ୍ୟାନ
ମୁଖ୍ୟମନ୍ତ୍ରୀଙ୍କ ପୁରୀ ପରିଦର୍ଶନ ପରେ କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ |
ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ପରିଦର୍ଶନ ପରେ କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିବା ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ | ଆସନ୍ତା 23 ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଥିବାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ |
ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ଚାରିପଟ ଓ ଐତିହ୍ୟସ୍ଥଳର ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏଥିସହିତ 20 ମିଟର ଚଉଡ଼ା ବିଶିଷ୍ଟ ଆଉଟର ରିଙ୍ଗରୋଡ଼ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି | ଏହି ଗସ୍ତ ସମୟରେ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ଓ ହେରିଟେଜ୍ କରିଡରର ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଛନ୍ତି |

ଉଲ୍ଲେଖଯୋଗ୍ୟ, ୨୩ରୁ ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି | ଦର୍ଶନ ସମୟରେ କୋଭିଡ୍ କଟକଣା ଉପରେ ଧ୍ୟାନ ଦିଆଯିବ | ପ୍ରଥମ ଦୁଇ ଦିନ 23 ଓ 24 ତାରିଖରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ | ଏହା ପରେ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ | ବିଭିନ୍ନ ଓ୍ୱାର୍ଡର ଲୋକଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ କରିବାକୁ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି |
ନୂଆବର୍ଷରେ ଭିଡ଼କୁ ନଜରରେ ରଖି ଜାନୁଆରି 1 ଓ 2 ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ | ଜାନୁଆରି 3ରୁ ପୁରୀ ସହ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନଙ୍କୁ ଦର୍ଶନର ଅନୁମତି ମିଳିବ | ପ୍ରଥମେ ପରୀକ୍ଷାମୂଳକଭାବେ 3ରୁ 10 ତାରିଖ ପର୍ଯ୍ୟନ୍ତ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ସୁଯୋଗ ଦିଆଯିବାନେଇ ଯୋଜନା କରାଯାଇଛି |
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications