For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତା 21ରୁ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତା 21 ତାରିଖରୁ ଆରମ୍ଭ ହେବ । ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆସନ୍ତା 24 ତାରିଖରୁ ଫେବୃଆରୀ 4ତାରିଖ ପର୍ଯ୍ୟନ୍ତ ମେଳା ଆୟୋଜିତ ହେବ ।

|

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆସନ୍ତା 21 ତାରିଖରୁ ଆରମ୍ଭ ହେବ । ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆସନ୍ତା 24 ତାରିଖରୁ ଫେବୃଆରୀ 4ତାରିଖ ପର୍ଯ୍ୟନ୍ତ ମେଳା ଆୟୋଜିତ ହେବ । ଦେଶର ବିଭିନ୍ନ ସ୍ଥାନରୁ କାରିଗର, ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରି ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିପାରିବେ ।

ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ପଞ୍ଚଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ 250ଟି ହସ୍ତତନ୍ତ ଏବଂ ହ୍ୟାଣ୍ଡଲୁମ୍ ଷ୍ଟଲ୍ କରାଯିବ । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 80 ବୁଣାକାର ତଥା କାରିଗର ଏବଂ ଭାରତ ସରକାରଙ୍କ ପ୍ରାୟୋଜିତ ବିକାଶ ଆୟୁକ୍ତ (ହସ୍ତଶିଳ୍ପ ଏବଂ ହସ୍ତତନ୍ତ)ର 110ଜଣ କାରିଗର ଅଂଶଗ୍ରହଣ କରିବେ । ଏଥିସହିତ ରାଜ୍ୟ ସରକାରଙ୍କ ରାଜ୍ୟ କୁଟୀର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶାଳୟ ତରଫରୁ 60 ଜଣ କାରିଗରଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ।

Toshali-mela

ଚଳତି ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟ ତଥା ଦେଶର କାରିଗର ଏବଂ ବୁଣାକାରଙ୍କୁ ମାର୍କେଟିଂ ପରିସର ପ୍ରଦାନ କରିବା । କୋଭିଡ୍-19 ପ୍ରତିବନ୍ଧକ ହେତୁ କାରିଗର ମାନେ ସେମାନଙ୍କର ଉତ୍ପାଦର ବିକ୍ରିବଟାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟରେ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମାବଳୀକୁ ଧ୍ୟାନ ଦେଇ ଉତ୍ପାଦର ମାର୍କେଟିଂ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବା ପାଇଁ ଏହାର ଉଦ୍ଦେଶ୍ୟ ରହିଛି ।

ତୋଷାଳି ମେଳା ସମୟରେ କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି କରାଯିବା ନେଇ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ବିଭିନ୍ନ ବ୍ଲକରେ ନିୟୋଜିତ ରହିବେ । ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଥର୍ମାଲ୍ ସ୍କ୍ରିନିଂ କରାଯିବ । ନିୟମିତ ବ୍ୟବଧାନରେ ମେଳା ପରିସରର ପରିମଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ମେଳାକୁ ଆସୁଥିବା ପର୍ଯ୍ୟଟକ ଏବଂ କାରିଗରଙ୍କ ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତମୂଳକ କରାଯାଇଛି । କୋଭିଡ୍-19 ନିର୍ଦ୍ଦେଶାବଳୀକୁ ପାଳନ କରିବା ଉପରେ କଡ଼ା ନଜର ରଖିବା ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।

ଏହା ସହିତ ଚଳିତ ବର୍ଷ ମେଳାକୁ ସୁଗମ୍ୟ ଓ ବାର୍ଦ୍ଧକ୍ୟ ତଥା ଭିନ୍ନକ୍ଷମ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଛି । ହ୍ୱିଲ ଚେୟାର ସହ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ, ବରିଷ୍ଠ ତଥା ଭିନ୍ନକ୍ଷମଙ୍କ ପରିଦର୍ଶନ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ବ୍ୟବସ୍ଥା କରାଯିବ । ମା ଏବଂ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଶିଶୁ ଯତ୍ନ କକ୍ଷ ମଧ୍ୟ ଉପଲବ୍ଧ କରାଯିବ ।

ପରିଦର୍ଶକଙ୍କ ସମାଗମକୁ ଏଡ଼ାଇବା ସହ ଭିଡ଼ କମ୍ କରିବା ପାଇଁ ଚଳିତ ବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥିର କରାଯାଇ ନାହିଁ ।

ଆସନ୍ତା 21 ତାରିଖ ସନ୍ଧ୍ୟା 6ଟାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍ ଏହି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
15th Toshali National Handloom Exhibition will starts from 21st January.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X