ଯୁକ୍ତ ଦୁଇ ପରୀକ୍ଷା ବାତିଲ କଲା ଉତ୍ତରାଖଣ୍ଡ ବୋର୍ଡ, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ
ଉତ୍ତରାଖଣ୍ଡ ବୋର୍ଡର ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ରାଜ୍ୟ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ ବୁଧବାର ଏହା ଘୋଷଣା କରିଛନ୍ତି ।
ଦେହରାଡୁନ୍ : ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ସମସ୍ତ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଟକରେ ସିବିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଛି, ଏହା ପରେ ଉତ୍ତରାଖଣ୍ଡ ବୋର୍ଡର ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ରାଜ୍ୟ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେ ବୁଧବାର ଏହା ଘୋଷଣା କରିଛନ୍ତି ।

ଦ୍ୱାଦଶ ପରୀକ୍ଷାର ବାତିଲ ବିଷୟରେ ସୂଚନା ଦେଇ ଅରବିନ୍ଦ ପାଣ୍ଡେ ଏକ ଟ୍ୱିଟ୍ କରି ଲେଖିଛନ୍ତି, "ପରୀକ୍ଷାର୍ଥୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀ, ପ୍ରଦେଶବାସୀ ଏବଂ ମୁଖ୍ୟମନ୍ତ୍ରୀ ତିରଥ ସିଂହଙ୍କ ନେତୃତ୍ୱରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି । ବିଦ୍ୟାର୍ଥୀଙ୍କ ଭବିଷ୍ୟ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଆଦରଣୀୟ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ ଧନ୍ୟବାଦ ।"
प्रिय विद्यार्थियों एवं प्रदेशवासियों,
यशस्वी मुख्यमंत्री श्री @TIRATHSRAWAT जी के कुशल नेतृत्व में प्रदेश में कोरोना के दृष्टिगत परीक्षार्थियों और शिक्षकों की सुरक्षा व बचाव हेतु उत्तराखण्ड विद्यालयी शिक्षा परिषद की 12वीं की बोर्ड परीक्षाओं को निरस्त करने का निर्णय लिया गया है। pic.twitter.com/QJtZUR7Iks
— Arvind Pandey (@TheArvindPandey) June 2, 2021
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କରୋନା କାରଣରୁ ଲକ୍ଷ ଲକ୍ଷ ଛାତ୍ର ଏବଂ ସେମାନଙ୍କ ପିତାମାତା ବୋର୍ଡ ପରୀକ୍ଷାକୁ ନେଇ ଚିନ୍ତିତ ଥିଲେ । CBSE ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିସାରିଛି, ବର୍ତ୍ତମାନ ଦ୍ୱାଦଶ ବୋର୍ଡ ପରୀକ୍ଷା ମଧ୍ୟ ନିଆଯିବ ନାହିଁ । ସିବିଏସ୍ଇ ପରେ ମଧ୍ୟପ୍ରଦେଶ ବୋର୍ଡ ସମେତ ଅନେକ ରାଜ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି ।












Click it and Unblock the Notifications