ଦେଶରେ 21 ଟି ନକଲି ବିଶ୍ୱବିଦ୍ୟାଳୟ ! ତାଲିକା ପ୍ରକାଶ କଲା ୟୁଜିସି
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) 21 ଟି ନକଲି ବିଶ୍ୱବିଦ୍ୟାଳୟର ଏକ ତାଲିକା ପ୍ରକାଶ କରିଛି । ଏହା ଛାତ୍ରମାନଙ୍କୁ ନିଜକୁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କହି ବିଭ୍ରାନ୍ତ କରୁଛନ୍ତି ।
ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) 21 ଟି ନକଲି ବିଶ୍ୱବିଦ୍ୟାଳୟର ଏକ ତାଲିକା ପ୍ରକାଶ କରିଛି । ଏହା ଛାତ୍ରମାନଙ୍କୁ ନିଜକୁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କହି ବିଭ୍ରାନ୍ତ କରୁଛନ୍ତି । ୟୁଜିସି ଅନୁଯାୟୀ, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ନିୟମ ଏବଂ ମାନଦଣ୍ଡର ଉଲ୍ଲଂଘନ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି 21 ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ଅଛନ୍ତି ।

ୟୁଜିସି ଅନୁଯାୟୀ, ଦିଲ୍ଲୀରେ 8 ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏଥିମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ୍ ହେଲଥ୍ ସାଇନ୍ସ, ବାଣିଜ୍ୟିକ ବିଶ୍ୱବିଦ୍ୟାଳୟ ଲିମିଟେଡ୍ ଦରିଆଗଞ୍ଜ, ସଂଯୁକ୍ତ ରାଷ୍ଚ୍ର ବିଶ୍ୱବିଦ୍ୟାଳୟ, ଭୋକେସନାଲ୍ ୟୁନିଭରସିଟି, ଏଡିଆର - କେନ୍ଦ୍ରୀୟ ନ୍ୟାୟିକ ୟୁନିଭରସିଟି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ୍ ୟୁନିଭରସିଟି ଫର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ, ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ରହିଛି ।
ଏଥି ସହିତ, ୟୁପିରେ ଏହିପରି 4 ଟି ନକଲି ବିଶ୍ୱବିଦ୍ୟାଳୟ ଅଛି । ସେଗୁଡ଼ିକ ହେଲା ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିଶ୍ୱବିଦ୍ୟାଳୟ (ଓପନ୍ ୟୁନିଭରସିଟି), ଭାରତୀୟ ଶିଖ ପରିଷଦ । ଏହା ବ୍ୟତୀତ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡିଶା, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ନକଲି ବିଶ୍ୱବିଦ୍ୟାଳୟର ନାମ ମଧ୍ୟ ଏହି ତାଲିକାରେ ରହିଛି ।
UGC କହିଛି ଓଡ଼ିଶାରେ ମଧ୍ୟ 2ଟି ନକଲି ବିଶ୍ୱବିଦ୍ୟାଳୟ ଅଛି । ଏଥି ମଧ୍ୟରେ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବା (ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ବିଶ୍ୱବିଦ୍ୟାଳୟ ଅଛି ।
UGC issues a list of 21 "self-styled, unrecognized institutions" which are functioning in contravention of the UGC Act, that have been declared as fake universities and are not empowered to confer any degree pic.twitter.com/rxtvzizqZa
— ANI (@ANI) August 26, 2022
ୟୁଜିସି ଅନୁଯାୟୀ, ଛାତ୍ର ଏବଂ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ଯେ ଏହା ନକଲି ବିଶ୍ୱବିଦ୍ୟାଳୟ ଏବଂ କ୍ରମାଗତ ଭାବରେ UGC ନିୟମ ଉଲ୍ଲଂଘନ କରୁଛି । ସେଥିପାଇଁ ସେମାନଙ୍କୁ ନକଲି ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ସେମାନଙ୍କର ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ ।












Click it and Unblock the Notifications