ଜୁଲାଇ 26 ରୁ ଖୋଲିବ ସ୍କୁଲ : ଶ୍ରେଣୀ ଗୃହରେ ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ
ଚଳିତ ମାସରୁ ଅର୍ଥାତ ଜୁଲାଇ 26ରୁ ଖୋଲିବ ସ୍କୁଲ୍ । ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ଗୃରେ ପାଠ ପଢି ପାରିବେ ବୋଲି ସରକାର ଘୋଷଣା କରିଛନ୍ତି । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।
ଭୁବନେଶ୍ୱର : ଦୀର୍ଘ ଦିନ ପରେ ଖୋଲିବ ସ୍କୁଲ୍ । ଶ୍ରେଣୀ ଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ । କୋଭିଡର ତୃତୀୟ ଲହର ପୂର୍ବରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଚଳିତ ମାସରୁ ଅର୍ଥାତ ଜୁଲାଇ 26ରୁ ଖୋଲିବ ସ୍କୁଲ୍ । ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ଗୃରେ ପାଠ ପଢି ପାରିବେ ବୋଲି ସରକାର ଘୋଷଣା କରିଛନ୍ତି । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସ୍କୁଲର ସମୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସରକାରଙ୍କ ନୂଆ ନିୟମ ମୁତାବକ ସକାଳ 10 ଟାରୁ ଅପରାହ୍ନ 1.30 ପର୍ଯ୍ୟନ୍ତ ଚାଲିବ କ୍ଲାସ୍ ।

ସେହିଭଳି ଅଗଷ୍ଟ 16ରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଅଭିଭାବକଙ୍କ ସହ ଆଲୋଚନା କରି ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନ୍ୟ ଶ୍ରେଣୀରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅନଲାଇନ୍ ପରୀକ୍ଷା ଜାରି ରହିବ । ସେହିପରି ଜୁଲାଇ 30ରୁ ଅଗଷ୍ଟ 5 ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଭିତରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ମୋଟ 2 ହଜାର 444 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି ।
ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications