Get Updates
Get notified of breaking news, exclusive insights, and must-see stories!

ଆଉ 4 ଜିଲ୍ଲାରେ ବଢିଲା ସ୍କୁଲ ଖୋଲିବା ଅବଧି, 23 ଓ 24 ରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 4 ଜିଲ୍ଲାରେ ଖରା ଛୁଟି ପରେ ସ୍କୁଲ ଖୋଲିବା ତାରିଖରେ ବୃଦ୍ଧି କରାଯାଇଛି । 21 ପରିବର୍ତ୍ତେ 23 ତାରିଖରେ ଖୋଲିବ ସ୍କୁଲ । ଏ ନେଇ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ସମସ୍ତ ସ୍କୁଲ 22 ତାରିଖରେ ଖୋଲିବ । ଏପରିକି 23 ଓ 24 ତାରିଖ ଦୁଇ ଦିନ ସକାଳୁଆ ସ୍କୁଲ ହେବ । ଏହା ପରେ 26 ତାରିଖରୁ ସ୍କୁଲ ସ୍ୱାଭାବିକ ଭାବେ 10 ଟାରୁ ଆରମ୍ଭ ହେବ ।

school open

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ 21 ତାରିଖରେ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ସମସ୍ତ ସ୍କୁଲ 22 ତାରିଖରେ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ।

23 ଓ 24 ରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ସକାଳ 6.30 ରୁ 9.30 ଯାଏଁ ପାଠପଢା ହେବ । ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସକାଳ 6.30 ରୁ 10 ପର୍ଯ୍ୟନ୍ତ ସ୍କୁଲ ଚାଲିବ । ନୂଆପଡ଼ା ଜିଲ୍ଲାରେ ଏହି ଦୁଇ ଦିନ 6.30 ରୁ 10 ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ତେବେ ବଲାଙ୍ଗିରରେ 22 ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ଜିଲ୍ଲାରେ 22 ରୁ 24 ଯାଏ ସ୍କୁଲ ଗୁଡ଼ିକ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ସ୍କୁଲ ଖୋଲିବ ।

ଏହା ପୂର୍ବରୁ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ 22 ତାରିଖରେ ଖୋଲିବ ବୋଲି ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।

ସୂଚନାଥାଉ କି, ଗ୍ରୀଷ୍ମଛୁଟି ଅବଧିକୁ 21 ଜୁନ୍ ପର୍ଯ୍ୟନ୍ତ ବୃଦ୍ଦଇ କରିଥିଲେ ରାଜ୍ୟ ସରକାର । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ୍ 21 ରେ ଖୋଲିବ ବୋଲି ଗଣଶକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଏବେ ବି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ଜାରି ରହିଛି । ତାପମାତ୍ରାକୁ ଦୃଷ୍ଟିରେ ସେହିସବୁ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+