ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି, ଅପ୍ରେଲ 15 ଯାଏଁ ଘୁଞ୍ଚିଲା ସ୍କୁଲ୍ ଖୋଲିବା ତାରିଖ

ଏହା ପୂର୍ବରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଥିବା ବେଳେ ଏବେ ଏହି ଅବଧିକୁ ଅପ୍ରେଲ୍‌ 15 ଯାଏଁ ବଢ଼ାଇ ଦିଆଯାଇଛି । ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ପୂର୍ବ ନିୟମ ଜାରି ରହିବ ।

ଭୋପାଳ : ସାରା ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ସରକାର ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ବଦଳାଇବାରେ ଲାଗିଛନ୍ତି । ଏହି ସମୟରେ ସ୍କୁଲ କୋଲିବା ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମଧ୍ୟପ୍ରଦେଶ ସରକାର ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍କୁଲ ଖୋଲିବା ଉପରେ ରୋକ ଲଗାଇଛନ୍ତି ।

School

ଅପ୍ରେଲ ପହିଲାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବନ୍ଦ ରଖିବାକୁ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଥିବା ବେଳେ ଏବେ ଏହି ଅବଧିକୁ ଅପ୍ରେଲ୍‌ 15 ଯାଏଁ ବଢ଼ାଇ ଦିଆଯାଇଛି । ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ପୂର୍ବ ନିୟମ ଜାରି ରହିବ । 11 ଅପ୍ରେଲରୁ ନବମ ଏବଂ ଏକାଦଶ ଶ୍ରେଣୀ ର ପରୀକ୍ଷା ଆରମ୍ଭ ହେବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।

ସବୁଠୁ ଚିନ୍ତାଜନକ ବିଷୟ, ମଧ୍ୟପ୍ରଦେଶରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗତ ବର୍ଷରୁ ବନ୍ଦ ରହିଛି । କିନ୍ତୁ ଏହି ସମୟରେ ଅନଲାଇନ୍‌ କ୍ଲାସ୍‌ ଉପରେ ସରକାର ଗୁରୁତ୍ବ ଦେଇଥିଲେ । ଅନ୍ୟପଟେ କରୋନା କଟକଣା ସହ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲାଯାଇଥିଲା । ଯାହାକି ଚଳିତ ବର୍ଷ କରୋନା ମାମଲା ବୃଦ୍ଧି ଯୋଗୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+