For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ

ଆସନ୍ତାକାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ ହେବ। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି।

|

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ ହେବ । ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି । ମେ' ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏଁ ନାମ ଲେଖା ସାରିବା ପାଇଁ ନିର୍ଦ୍ଦେଶ ରହିଛି ।

School

ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ନାମଲେଖା ହେବ । ସମାନ ସ୍କୁଲର ପିଲାଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ନାମଲେଖା ହେବ । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଯିବ । ପ୍ରଥମରୁ ନବମ ଯାଏଁ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି ।

କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ସ୍କୁଲ ବଦଳିଲେ ଟେଲିଫୋନରେ ଅନୁମତି ନେଇ ନାମ ଲେଖା ହେବ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ଛାତ୍ରଛାତ୍ରୀ ପାଠପଢି ପାରିବେ । ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ଆସନ୍ତାକାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ଆରମ୍ଭ ହେବ। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ସବୁ ଜିଲ୍ଲାର ଶିକ୍ଷାଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ସରକାରଙ୍କ ତରଫରୁ ଚିଠି ପଠାଯାଇଛି।
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X