ଜୁଲାଇ 31 ସୁଦ୍ଧା ଦ୍ୱାଦଶ ଫଳାଫଳ ପ୍ରକାଶ ସମସ୍ତ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଜିଠାରୁ 10 ଦିନ ମଧ୍ୟରେ ସେମାନଙ୍କର ମୂଲ୍ୟାଙ୍କନ ନୀତିକୁ ଜଣାଇବା ସହ ଜୁଲାଇ 31 ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ କୋର୍ଟ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ : ସମସ୍ତ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପହରୀକ୍ଷା ଫଳ ପ୍ରକାଶ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଆଦେଶ ଦେଇଛନ୍ତି । ଆଜିଠାରୁ 10 ଦିନ ମଧ୍ୟରେ ସେମାନଙ୍କର ମୂଲ୍ୟାଙ୍କନ ନୀତିକୁ ଜଣାଇବା ସହ ଜୁଲାଇ 31 ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ କୋର୍ଟ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବିକଳ୍ପ ଆକଳନ ଯୋଜନା ପ୍ରସ୍ତୁତ କରିବା ଲାଗି ସିବିଏସଇ ଓ ସିଆଇଏସସିଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

12th exam

ଆଜିଠାରୁ 10 ଦିନ ମଧ୍ୟରେ ବାତିଲ ହୋଇଥିବା ଦ୍ୱାଦଶ ପରୀକ୍ଷା ପାଇଁ ସେମାନଙ୍କର ମୂଲ୍ୟାଙ୍କନ ବିଷୟରେ ଜଣାଇବାକୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଜୁଲାଇ 31 ସୁଦ୍ଧା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷଣା କରିବାକୁ କୋର୍ଟ ସମସ୍ତ ବୋର୍ଡକୁ କହିଛନ୍ତି । ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚର ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଦୀନେଶ ମହେଶ୍ୱରୀ ସେମାନଙ୍କ ଆଦେଶରେ କହିଛନ୍ତି ଯେ ଆମେ ସମସ୍ତ ବୋର୍ଡକୁ ଏକ ସାଧାରଣ ନିର୍ଦ୍ଦେଶ ଜାରି କରୁଛୁ । ଏହି ଯୋଜନା ପ୍ରସ୍ତୁତ କରିବାକୁ ଆମେ ବୋର୍ଡକୁ ନିର୍ଦ୍ଦେଶ ଦେଉଛୁ । ଆଜି ଠାରୁ 10 ଦିନ ମଧ୍ୟରେ ଏହା ଜଣାଇବେ ଏବଂ 31 ଜୁଲାଇ ସୁଦ୍ଧା ଆଭ୍ୟନ୍ତରୀଣ ମୂଲ୍ୟାଙ୍କନର ଫଳାଫଳ ଘୋଷଣା କରିବେ ।

ମୂଲ୍ୟାଙ୍କନ ପାଇଁ ଏକକ ଯୋଜନା ସମ୍ଭବ ନୁହେଁ : ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି ଯେ, ସମସ୍ତ ରାଜ୍ୟ ବୋର୍ଡର ମୂଲ୍ୟାଙ୍କନ ପାଇଁ ଏକକ ଯୋଜନା ସମ୍ଭବ ନୁହେଁ । କୋର୍ଟ କହିଛନ୍ତି, ଆମେ ୟୁନିଫର୍ମ ସ୍କିମକୁ ନିର୍ଦ୍ଦେଶ ଦେବାକୁ ଯାଉ ନାହୁଁ । ସମସ୍ତ ବୋର୍ଡ ଅଲଗା ଏବଂ ସ୍ୱୟଂଶାସିତ । ଆମେ ସମଗ୍ର ଦେଶ ପାଇଁ ଏକ ପ୍ରକାର ଯୋଜନା ନିର୍ଦେଶ ଦେଇ ପାରିବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+