For Quick Alerts
Turn On Notification  
For Daily Alerts
Oneindia App Download

ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାଙ୍କନ ପଦ୍ଧତିକୁ ସୁପ୍ରିମକୋର୍ଟଙ୍କ ଅନୁମତି

'ସଂପୃକ୍ତ ବୋର୍ଡ, ପ୍ରିମା ଫେସୀ ଦ୍ୱାରା ଉପସ୍ଥାପିତ ଯୋଜନାକୁ ଅନୁଧ୍ୟାନ କରିବା ପରେ, ଆମେ ଏହାକୁ ଗ୍ରହଣ କରିବାରେ ଦ୍ୱିଧା ନାହିଁ ଏବଂ ସେହି ଆଧାରରେ ବୋର୍ଡକୁ ଅନୁମତି ଦିଆଯିବ ।'

|

ଭୁବନେଶ୍ୱର : ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାୟନ ଯୋଜନାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଦୀନେଶ ମହେଶାରୀଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି ଯେ 'ସଂପୃକ୍ତ ବୋର୍ଡ, ପ୍ରିମା ଫେସୀ ଦ୍ୱାରା ଉପସ୍ଥାପିତ ଯୋଜନାକୁ ଅନୁଧ୍ୟାନ କରିବା ପରେ, ଆମେ ଏହାକୁ ଗ୍ରହଣ କରିବାରେ ଦ୍ୱିଧା ନାହିଁ ଏବଂ ସେହି ଆଧାରରେ ବୋର୍ଡକୁ ଅନୁମତି ଦିଆଯିବ ।'

CBSE

ମହାମାରୀ ଯୋଗୁଁ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିଲା । ଏହା ପରେ ଫଳାଫଳ ପ୍ରକାଶ ପାଇଁ ସୁପ୍ରିମକୋର୍ଟରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଯୋଜନା ଦାଖଲ କରାଯାଇଥିଲା । ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ଯଥାକ୍ରମେ 30-30-40 ପ୍ରତିଶତ ଆଧାରରେ ହିସାବରେ ଆକଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହାଛଡ଼ା ଆଇସିଏସ୍ଇ ପିଲାଙ୍କ ଗତ 6 ବର୍ଷର ରେଜଲ୍ଟ ହିସାବରେ ଦ୍ବାଦଶ ପରୀକ୍ଷା ଫଳାଫଳ ମୂଲ୍ୟାୟନ କରିବାକୁ ଯୋଜନା ପ୍ରସ୍ତୁତ କରିଛ ।

ଉଭୟ ବୋର୍ଡ ଜୁଲାଇ 31 ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ମୂଲ୍ୟାୟନ ଯୋଜନାକୁ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ଫଳାଫଳ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି । ଏହାଛଡ଼ା ପରୀକ୍ଷା ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
SC Approved CBSE and ICSE 12th class Evaluation Process
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X