ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ପିଲାଙ୍କ ପାଇଁ ରହିବ ସଂରକ୍ଷଣ
ଆସନ୍ତା ବର୍ଷ ଠାରୁ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସରକାରୀ ସ୍କୁଲରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବ | ଏନେଇ ସୋମବାର କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପକୁ ଅନୁମୋଦନ ମିଳିଛି |
ଭୁବନେଶ୍ୱର : ଆସନ୍ତା ବର୍ଷ ଠାରୁ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସରକାରୀ ସ୍କୁଲରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବ | ଏନେଇ ସୋମବାର କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପକୁ ଅନୁମୋଦନ ମିଳିଛି |
ଓଡ଼ିଶାର ସରକାରୀ ସ୍କୁଲରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ନବିଶ୍ୱାସ ସୃଷ୍ଟି କରିବା ସହ ବେସରକାରୀ ସ୍କୁଲରେ ପଢୁଥିବା ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଅସମତାକୁ ସଂଶୋଧନ କରି ଗ୍ରାମାଞ୍ଚଳର ପିଲାମାନଙ୍କ ଡାକ୍ତର ଏବଂ ଇଞ୍ଜିନିୟର ହେବା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ କରିବା ନେଇ କ୍ୟାବିନେଟ୍ ଅନୁମୋଦନ କରିଛି |

ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବ ଭାରତୀୟ ସ୍ତରରେ NEET ଏବଂ JEE ପରି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଓଡ଼ିଶାର ସରକାରୀ ବିଦ୍ୟାଳୟର ଛାତ୍ରାଛାତ୍ରୀଙ୍କ ସଂଖ୍ୟା ଏଥିରେ ହ୍ରାସ ପାଉଛି | ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂର ସୁବିଧା ନଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ପ୍ରତିଯୋଗାତାମୂଳକ ପରୀକ୍ଷାରେ ଆଶାଜନକ ପ୍ରଦର୍ଶନ କରିପାରୁନାହାନ୍ତି | ତେଣୁ ଏହି ସବୁ ପ୍ରବେଶିକା ପରୀକ୍ଷାରେ ସେମାନଙ୍କ ପାଇଁ ସିଟ୍ ସଂରକ୍ଷଣ କରିବା ସହ ସେମାନଙ୍କ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନକୁ ସାକାର କରିବାରେ ଏହା ସହାୟକ ହୋଇପାରେ |
ଏହି ସଂକଳ୍ପ ସୋମବାର କ୍ୟାବିନେଟରେ ପାରିତ ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଦଠନ କରାଯିବ | ଏହି କମିଟିରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ | ଏହି କମିଟି 3ମାସ ମଧ୍ୟରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ, ଯାହା ଫଳରେ କମିଟିର ସୁପାରିଶ କ୍ରମେ ଆଗାମା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯାଇପାରିବ |












Click it and Unblock the Notifications