ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍ । ଏହି ପର୍ଯ୍ୟାୟରେ ମୋଟ 70 ହଜାର 105 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଏଥି ମଧ୍ୟରୁ କଳାରେ 49 ହଜାର 70 ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ସେହିପରି ବାଣିଜ୍ୟରେ 3 ହଜାର 182 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ବିଜ୍ଞାନରେ 16 ହଜାର 927 ଛାତ୍ରଛାତ୍ରୀଙ୍କୁ ତାଲିକାରେ ସାମିଲ କରାଯାଇଛି । 22 ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ଏ ନେଇ 27 ତାରିଖରେ ପ୍ରକାଶ ପାଇବ ତାଲିକା । 29 ରୁ 31 ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା ।
ଏହା ସହତି ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ଗତକାଲି ସୁଦ୍ଧା 3 ଲକ୍ଷ 43 ହଜାର 769 ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।












Click it and Unblock the Notifications