Get Updates
Get notified of breaking news, exclusive insights, and must-see stories!

ଆଜି ଠୁ ଆରମ୍ଭ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା

ଭୁବନେଶ୍ୱର : ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେଉଛି । ଗତକାଲି ପ୍ରକାଶ ପାଇଥିବା ପ୍ରଥମ କଟ୍ ଅଫ୍ ତାଲିକାରେ ନାମ ଥିବା ପିଲାମାନେ ଆଜି ଟାରୁ ନାମ ଲେଖାଇ ପାରିବେ । ସକାଳ 9 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା ।

plus two admission

ଯୁକ୍ତ ଦୁଇ ନାମ ଲେଖା ପାଇଁ ମୋଟ 4 ଲକ୍ଷ 72 ହଜାର 279 ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ଆବେଦନ କରିଥିଲେ । ସେଥି ମଧ୍ୟରୁ ପ୍ରଥମ କଟ୍ ଅଫ ତାଲିକାରେ 4 ଲକ୍ଷ 12 ହଜାର 368 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କଳାରେ ସର୍ବାଧିକ 2 ଲକ୍ଷ 53 ହଜାର 178 ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ 1 ଲକ୍ଷ 21 ହଜାର 023 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ବାଣିଜ୍ୟରେ ରହିଛି 25 ହଜାର 168 ଛାତ୍ରଛାତ୍ରୀଙ୍କ ନାମ । ଏଥି ମଧ୍ୟରେ ଅଛନ୍ତି 2 ଲକ୍ଷ 3 ହଜାର 543 ଛାତ୍ର ଏବଂ 2 ଲକ୍ଷ 8 ହଜାର 778 ଛାତ୍ରୀ । ବାକି 59 ହଜାର 911 ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହିଯାଇଛନ୍ତି ।

ବିଜ୍ଞାନ ପାଠ୍ୟକ୍ରମ ପାଇଁ ରେଭେନ୍ସା ପରେ କଟ୍‌ଅଫ୍‌ ରେ ଦ୍ୱିତୀୟ ସ୍ଥାନରେ ରହିଛି ବାଲେଶ୍ୱର ଏଫ୍‌ଏମ୍ (ଫକିରମୋହନ କଲେଜ) । ଏଫ୍ ଏମ୍ କଲେଜର କଟ୍ ଅଫ୍ ରହିଛି 90 % । ସେହିପରି 89% କଟ୍ ଅଫ୍ ନେଇ ତୃତୀୟ ସ୍ଥାନରେ ରହିଛି ବିଜେବି କଲେଜ । 89% କଟ୍ ଅଫ୍ ରଖି ଚତୁର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ ଏବଂ 5ମରେ ସୋର ୟୁଏନ୍ 86.83 % ରହିଛି ।

ସେହିପରି +2 କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ 80 % ରହିଛି । 2ୟରେ ରାଉରକେଲା ସରକାରୀ କଲେଜ 79 %, 3ୟରେ ଡିଏଭି ଟିଟିଲାଗଡ଼ 78.67 %, 4ର୍ଥରେ ଏଫ୍ଏମ୍ ବାଲେଶ୍ୱର 78% ଏବଂ ପଞ୍ଚମ ସ୍ଥାନରେ ଭବାନୀପାଟଣା କଲେଜ 77.50 % ରହିଛି ।

ବାଣିଜ୍ୟରେ ରେଭେନ୍ସାରେ 789.20% କଟ୍ଅଫ୍‌ ରହିଛି । ସେହିପରି 77.33 % ସହ 2ୟ ସ୍ଥାନରେ ରହିଛି ରାଉରକେଲା ସରକାରୀ କଲେଜ । ତୃତୀୟରେ ରହିଛି ବିଜେପି କଲେଜ (73%) । 72.20 % କଟ୍ ଅଫ୍ ସହ ଚତୁର୍ଥ ସ୍ଥାନରେ ରହିଛି କଟକ ଜେକେବିକେ କଲେଜ । ଏବଂ 72.17 % ସହ ପଞ୍ଚମ ସ୍ଥାନରେ ରହିଛି କଟକ ଶୈଳବାଳା କଲେଜ ।

ଜୁଲାଇ 19 ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । 20 ରୁ 22 ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀ ସମସ୍ତ କଲେଜରେ ଆବେଦନ କରିପାରିବେ । ଏହା ପରେ ଅଗଷ୍ଟ ପହିଲାରୁ ଆରମ୍ଭ ହେବ ପାଠପଢା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+