ଯୁକ୍ତ ତିନି ନାମ ଲେଖା ପାଇଁ ପ୍ରକାଶ ପାଇଳା ବିଜ୍ଞପ୍ତି, ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ 19 ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀ କରିବେ ଆବେଦନ । ଜୁନ୍ 19 ରୁ ଆରମ୍ଭ ହୋଇ ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆବେଦନ ପ୍ରକ୍ରିୟା । www.samsodisha.gov.in ରେ ଆବେଦନ କରିପାରିବେ ।
ଏହା ପରେ ଜୁଲାଇ 14 ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହିପରି ଜୁଲାଇ 27 ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ତୃତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଅଗଷ୍ଟ 3, ଅଗଷ୍ଟ 21 ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର 1 ଏବଂ ଷଷ୍ଠ ପର୍ଯ୍ୟାୟ 13 ସେପ୍ଟେମ୍ବରରେ ପ୍ରକାଶ କରାଯିବ ।
2023-24 ଶିକ୍ଷାବର୍ଷରେ 1042 କଲେଜର 2 ଲକ୍ଷ 70 ହଜାର 347 ସିଟ୍ରେ ନାମଲେଖା ହେବ । କଳା ବିଭାଗର 1 ଲକ୍ଷ 51 ହଜାର 902, ଫିଜିକାଲ ସାଇନ୍ସରେ 46 139, ବାୟୋଲୋଜିକାଲ ସାଇନ୍ସରେ 28629, ବାଣିଜ୍ୟର 32380, ସେଲ୍ଫ ଫାଇନାନ୍ସିଂର 2086 ଓ ସଂସ୍କୃତରେ 9148 ସିଟ୍ ରହିଛି ।
ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି ରହୁଥିଲା । ଏଥର ପଞ୍ଜୀକରଣ ପେଜ୍ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ । ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆକ୍ଟିଭ୍ ରଖିବାକୁ ପରାମର୍ଶ ଦିଆଯାଇଛି । ସିଏଏଫ୍ରେ ଯଦି କୌଣସି ପ୍ରକାର ତ୍ରୁଟି ଥିବ, ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ । ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ 5 ଟି ଓ ସର୍ବାଧିକ 20 ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ । ମାତ୍ର ଏବେ ଆବଦନକାରୀ ନିଜ ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ ।












Click it and Unblock the Notifications