ପୁଣି ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ, ଜାଣନ୍ତୁ କିପରି କରିବେ ଆବଦନ
ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖରେ ପୁଣି ବୃଦ୍ଧି କରାଯାଇଛି । ନୂତନ ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହା ପୂର୍ବରୁ ଜୁନ୍ 26 ତାରିଖ ଥିଲା ଆବେଦନର ଶେଷ ତାରିଖ । ବର୍ତ୍ତମାନ ଏହି ଅବଧି ବୃଦ୍ଧି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ବିଜ୍ଞପ୍ତି ଅନୁଯାୟୀ, ଆଡମିଶନ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରଥମ ମେରିଟ୍ ଲିଷ୍ଟ ଜୁଲାଇ 6 ରେ ପ୍ରକାଶ ପାଇବ ଏବଂ ଜୁଲାଇ 7 ରୁ 13 ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ ।
ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ 19 ରେ ପ୍ରକାଶ ପାଇବ ଏବଂ ଜୁଲାଇ 22 ସୁଦ୍ଧା ଆଡମିଶନ ସମାପ୍ତ ହେବ । ସେହିପରି ସ୍ପଟ୍ ଆଡମିଶନ ଜୁଲାଇ 21 ରୁ 27 ପର୍ଯ୍ୟନ୍ତ ହେବ ।
ଛାତ୍ରଛାତ୍ରୀ ମାନେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ପୋର୍ଟାଲ www.samsodisha.ogv.in ରେ ଅନଲାଇନରେ ଦାଖଲ କରିପାରିବେ ।
ଆରମ୍ଭରୁ ବିଭାଗ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ଭାବରେ ଜୁନ୍ 20 ସ୍ଥିର କରିଥିଲା । କିନ୍ତୁ ଜୁନ୍ 20 ରେ ଏକ ବିଜ୍ଞପ୍ତିରେ ଏହା ଜୁନ୍ 26 ତାରିଖକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହି ଅବଧି ପୁଣି ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ନୂଆ କରି ସ୍ୱୀକୃତି ପାଇଥିବା ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ କହିଛି ।
ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 4 ଲକ୍ଷ 63 ହଜାର 500 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications