ଜୁଲାଇ ପହିଲାରେ OTET ପରୀକ୍ଷା
ଭୁବନେଶ୍ୱର: ଚଳିତ ବର୍ଷ OTET ପରୀକ୍ଷା ଜୁଲାଇ ପହିଲାରେ ହେବ । ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ର 307 କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍ଏଡ୍ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ । ପ୍ରାୟ ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ଓଟିଇଟି ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ଓଟିଇଟି ପରୀକ୍ଷା ଦୁଇଟି ବର୍ଗରେ ହେବ । ଓଟିଇଟି- 1 ଏବଂ ଓଟିଇଟି-2 ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି-1 ପରୀକ୍ଷା ସକାଳ 8 ଟାରୁ 10.30 ପର୍ଯ୍ୟନ୍ତ ଏବଂ ଓଟିଇଟି-2 ପରୀକ୍ଷା ମଧ୍ୟାହ୍ନ 12 ରୁ ଅପରାହ୍ନ 2.30 ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ବୋର୍ଡ ପକ୍ଷରୁ 36 ଟି ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଏବଂ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି ।
ସୂଚନାଥାଉକି, ପ୍ରଥମଥର ପାଇଁ ଇଣ୍ଟିଗ୍ରେଟେଡ୍ ଏବଂ ଏମ୍ଏଡ୍ ଡିଗ୍ରୀଧାରୀଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦିଆଯାଇଛି । ପୂର୍ବରୁ ଏହି ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଉକ୍ତ ଡିଗ୍ରୀଧାରୀଙ୍କୁ ଓଟିଇଟିରେ ସୁଯୋଗ ଦେବା ଲାଗି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ଗତ 23 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବୋର୍ଡ କର୍ତ୍ତୃପକ୍ଷ ଜୁଲାଇ 1 ତାରିଖକୁ ଘୁଞ୍ଚାଇଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications