ରାଜ୍ୟର 100 ସ୍କୁଲକୁ ଅତ୍ୟାଧୁନିକ ଢଙ୍ଗରେ ବିକାଶ କରିବେ ଓଡିଶା ସରକାର

ଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ମୋ ସ୍କୁଲ' ଅଭିଯାନ । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ରାଜ୍ୟର 100ଟି ସ୍କୁଲକୁ ଚୟନ କରିବା ସହ ସେଗୁଡ଼ିକୁ ଅତ୍ୟାଧୁନିକ ଉପାୟରେ ବିକାଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।

ଭୁବନେଶ୍ୱର : ଓଡ଼ିଶାର ସ୍କୁଲଗୁଡ଼ିକର ହେବ ବିକାଶ । ଅତ୍ୟାଧୁନିକ ଢଙ୍ଗରେ ବିଦ୍ୟାଳୟ ନିର୍ମାଣ କରାଯିବ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ମୋ ସ୍କୁଲ' ଅଭିଯାନ । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ରାଜ୍ୟର 100ଟି ସ୍କୁଲକୁ ଚୟନ କରିବା ସହ ସେଗୁଡ଼ିକୁ ଅତ୍ୟାଧୁନିକ ଉପାୟରେ ବିକାଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।

Naveen Patnaik

ଏହି ବିଦ୍ୟାଳୟରେ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ମଙ୍ଗଳବାର ଅନୁଷ୍ଠିତ 'ମୋ ସ୍କୁଲ' କାର୍ଯ୍ୟକ୍ରମର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବର୍ଷେ ମଧ୍ୟରେ ଏପରି 100 ଟି ବିଦ୍ୟାଳୟ ଚୟନ କରିବ ଯାହାକି ଆଧୁନିକ ଉପାୟରେ ବିକଶିତ ହେବ ।

mo-school
ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ତିନୋଟି ବିଦ୍ୟାଳୟ ଚୟନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକର ପୂର୍ବତନ ଛାତ୍ରମାନେ ଅତି କମରେ 1000 ଛାତ୍ରଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ । ଏହି ବୈଠକରେ 2020-21 ପାଇଁ 8,877 ବିଦ୍ୟାଳୟ ପାଇଁ 57କୋଟି 49ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏଥିମଧ୍ୟରୁ 19କୋଟି 16ଲକ୍ଷ ଟଙ୍କା ବିଭିନ୍ନ ବିଦ୍ୟାଳୟର ପୂର୍ବତନ ଛାତ୍ରମାନେ ଦାନ କରିଛନ୍ତି । ଏଥିସହିତ ରାଜ୍ୟ ସରକାର 38କୋଟି 32ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୃତି ପ୍ରତି ସଜାଗ ଅଛି ଏବଂ ସେ ଓଡ଼ିଶାକୁ ଦେଶର ସର୍ବବୃହତ ଶିକ୍ଷା ହବ୍ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଭୁମି ପୂଜନ ସମୟରେ ସେ ଏହା କହିଥିଲେ । ଏହି ସମୟରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାରେ ଶିକ୍ଷା ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସୁଛି । ମୁଁ ଖୁସି ଯେ ଆମ ରାଜ୍ୟ ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି ଏବଂ ପୂର୍ବ ଭାରତରେ ଶିକ୍ଷାର କେନ୍ଦ୍ର ଭାବରେ ଉଭା ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+