Get Updates
Get notified of breaking news, exclusive insights, and must-see stories!

ଯୁକ୍ତ ଦୁଇ ଆଡମିସନ ପାଇଁ ସିଟ ସମସ୍ୟା ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଏପରି କିଛି ସମସ୍ୟା ଉପୁଜିବ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୭.୮ ପ୍ରତିଶତ ହୋଇଛି । ଏହାବାଦ୍ ସିବିଏସ୍‌ଇ ଓ ଆଇସିଆଇସି ପରୀକ୍ଷା ଫଳ ମଧ୍ୟ ବାହାରିବ । ତେବେ ଏତେ ସଂଖ୍ୟକ ପିଲା ଦଶମ ପାସ୍ କରିବା ପରେ ଯୁକ୍ତ ଦୁଇ ସିଟ୍ ନେଇ ଏବେ ଦ୍ବନ୍ଦ୍ବ ପ୍ରକାଶ ପାଇଛି । ସେହି ଅନୁଯାୟୀ ସିଟ୍‌ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲାଗି ସିଟ୍‌ ସମସ୍ୟା ଉପୁଜିବ ନେଇ ଏବେଠୁ ଆଶଙ୍କା ପାଇଲାଣି। ହେଲେ ଏପରି କିଛି ସମସ୍ୟା ଉପୁଜିବ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Education Minister

ମନ୍ତ୍ରୀ କହିଛନ୍ତି, "ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି। ବଡ଼ ବଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅଛି ପଢିବାକୁ। ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ। 6 ଲକ୍ଷ 3 ହଜାର 113 ସିଟ ଅଛି ନାମଲେଖା ପାଇଁ। ତା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ। ଏହାସହ ଜୁଲାଇ 31 ସୁଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ 31 ସୁଦ୍ଧା ଫଳ ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ। "

ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁଁ ଚଳିତ ଥର ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର। ଫଳରେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। ଚଳିତ ବର୍ଷ ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ମଧ୍ୟ ୮୮.୩୦ ପ୍ରତିଶତ ରହିଛି।

10th Result

ଅନ୍ୟପଟେ ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍‌ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+