ବାହାରିଲା ମାଟ୍ରିକ ରେଜଲ୍ଟ , କୌଣସି ସ୍କୁଲରେ ଶୂନ୍ୟ ରେଜଲ୍ଟ ନାହିଁ
ଚଳିତ ଥର କୌଣସି ବି ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଭୁବନେଶ୍ବର: ବାହାରିଲା ମାଟ୍ରିକ ରେଜଲ୍ଟ । ଅପରାହ୍ଣ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହୋଇଛି ମାଟ୍ରିକ ଫଳାଫଳ । ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ତେବେ ଚଳିତ ଥର କୌଣସି ବି ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ମାଟ୍ରିକ ରେଜଲ୍ଟ ଅପଡେଟ୍:
- ୫ ଲକ୍ଷ ୭୪ ହାଜାର ୧୨୫ ପରୀକ୍ଷା ଦେଇଥିଲେ ।
- ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ କରିଛନ୍ତି ।
- ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।
- ପାସ ହାର ୯୭.୮୯ ପ୍ରତିଶତ ରହିଛି ।
- ଏକ୍ସ ରେଗୁଲାର ପାସ ହାର ୮୮ ପ୍ରତିଶତ ରହିଛି ।
- A1- 26, 56 ଜଣ
- A2- 22, 131 ଜଣ
- B1- 94, 457
- B2- 52, 299 ଜଣ ପାସ କରିଛନ୍ତି ।
- ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି।
- 4412 ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ।
- କୌଣସି ସ୍କୁଲରେ ଶୂନ୍ୟ ରେଜଲ୍ଟ ନାହିଁ ।
୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା ୭୨.୩୫% ଥିଲାବେଳେ ୨୦୨୦ରେ ପାସ୍ ହାର ଥିଲା ୭୮.୭୬%। ତେବେ ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହାର ଭଲ ରହିଛି।
ତେବେ ଯେଉଁ ପିଲାମାନେ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇଛନ୍ତି, ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।
ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି।
ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ ରେଜଲ୍ଟ । ଇଣ୍ଟରନେଟ୍ ସହ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଫଳାଫଳ ମିଳିବ ।












Click it and Unblock the Notifications