ମାତୃଭାଷାରେ ପାଠପଢିବେ ଏନଆଇଟି ଓ ଆଇଆଇଟି ଛାତ୍ରଛାତ୍ରୀ
ଏଣିକି ଉଚ୍ଚଚର ଶିକ୍ଷାନୁଷ୍ଠାନରେ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯିବ । ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ମଧ୍ୟ ଇଂରାଜୀ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପାଠପଢିବେ ଛାତ୍ରଛାତ୍ରୀ ।
ଭୁବନେଶ୍ବର: ଏଣିକି ଉଚ୍ଚଚର ଶିକ୍ଷାନୁଷ୍ଠାନରେ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯିବ । ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ମଧ୍ୟ ଇଂରାଜୀ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ପାଠପଢିବେ ଛାତ୍ରଛାତ୍ରୀ ।
ନୂତନ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ପରିବର୍ତ୍ତନ ହେବାକୁ ଥିବା ବେଳେ ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିଷାନୁଷ୍ଠାନକୁ ଚିଠି ଲେଖିଛି ।

ଆଦିବାସୀ ଅଧ୍ୟୁସିତ ଓ ଦୁର୍ଗମ ଅଞ୍ଚଳରେ ଉଚ୍ଚତର ଶିକ୍ଷାକୁ ସହଜ ଓ ସରଳ କରିବା ପାଇଁ ଆଞ୍ଚଳିକ ଭାଷା ପ୍ରତି ଗୁରୁତ୍ୱ ଦିଆଯାଇଥିବା ବିଭାଗ କହିଛି । ସେହିପରି ୟୁରୋପୀୟ ଦେଶ, ଜାପନ, ସୁଇଜରଲ୍ୟାଣ୍ଡ ଭଳି ରାଷ୍ଟ୍ରମାନଙ୍କରେ ମଧ୍ୟ ଆଞ୍ଚଳିକ ଭାଷା ତଥା ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଥିବା ବିଭାଗ ଦର୍ଶାଇଛି । ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଏପରିକି ମେଡିକାଲ କଲେଜଗୁଡୁକରେ ମଧ୍ୟ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବ।












Click it and Unblock the Notifications