NIRF ରାଙ୍କିଙ୍ଗ୍ 2022 : ଆଇଆଇଟି ମାଡ୍ରାସ ହେଉଛି ଭାରତର ସର୍ବୋତ୍ତମ ଶିକ୍ଷାନୁଷ୍ଠାନ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦିନ NIRF ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି । ଚଳିତ ବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ।

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦିନ NIRF ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି । ଚଳିତ ବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଏବଂ ଆଇଆଇଟି ବମ୍ବେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ 11 ଟାରେ ଶୀର୍ଷ ଅନୁଷ୍ଠାନର ତାଲିକା ଘୋଷଣା କରିଛନ୍ତି । ଏହି ତାଲିକା nirfindia.org ରେ ଉପଲବ୍ଧ ।

NIRF ranking 2022

ଆପଣଙ୍କୁ କହି ରଖୁଛୁ ଦେଶର ସର୍ବୋତ୍ତମ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ଅନୁଷ୍ଠାନ ମାନ୍ୟତା ଢାଞ୍ଚା ପ୍ରଦାନ କରାଯାଇଛି । ଏହି ରାଙ୍କିଙ୍ଗ୍ ମାଧ୍ୟମରେ ଏହି କଲେଜଗୁଡ଼ିକର ଶିକ୍ଷାଗତ ଗୁଣର ମୂଲ୍ୟାଙ୍କନ କରାଯାଏ ।

ଫାର୍ମାସୀ ଶିକ୍ଷାନୁଷ୍ଠାନରେ ପ୍ରଥମ ସ୍ଥାନରେ ଦିଲ୍ଲୀର ଜାମିଆ ହମଦର୍ଦ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଚିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ ଆଣ୍ଡ ରିସର୍ଚ୍ଚ ।

ସେହିପରି ବିଶ୍ୱବିଦ୍ୟାଳୟ ମଧ୍ୟରେ ବେଙ୍ଗାଲୁରୁର ଆଇଆଇଏସ ପ୍ରଥମ ସ୍ଥାନରେ ଥିବା ବେଳେ ନୂଆଦିଲ୍ଲୀର ଜେନେୟୁ ଦ୍ୱିତୀୟ ରାଙ୍କରେ ରହିଛି । ତୃତୀୟ ରାଙ୍କରେ ରହିଛି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ।

ସାମଗ୍ରିକ ବର୍ଗରେ କଲେଜ ରାଙ୍କିଙ୍ଗ ତାଲିକା

ଆଇଆଇଟି ମାଡ୍ରାସ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ
ଆଇଆଇଟି ବମ୍ବେ
ଆଇଆଇଟି ଦିଲ୍ଲୀ
ଆଇଆଇଟି କାନପୁର
ଆଇଆଇଟି ଖଡ଼ଗପୁର
ଆଇଆଇଟି ରୁରକୀ
ଆଇଆଇଟି ଗୌହାଟୀ
ଏମ୍ସ ଦିଲ୍ଲୀ
ଜେନେୟୁ, ଦିଲ୍ଲୀ

ବୈଷୟିକ ଶିକ୍ଷା ଅନୁଷ୍ଠାନ ରାଙ୍କିଙ୍ଗ ତାଲିକା

ଆଇଆଇଟି ମାଡ୍ରାସ
ଆଇଆଇଟି ଦିଲ୍ଲୀ
ଆଇଆଇଟି ବମ୍ବେ
ଆଇଆଇଟି କାନପୁର
ଆଇଆଇଟି ଖଡ଼ଗପୁର
ଆଇଆଇଟି ରୁରକୀ
ଆଇଆଇଟି ଗୋହାଟୀ
ଏନ୍ଆଇଟି ତିରୁଚିରାପଲ୍ଲୀ
ଆଇଆଇଟି ହାଇଦ୍ରାବାଦ
ଏନ୍ଆଇଟି କର୍ଣ୍ଣାଟକ

ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା

ଆଇଆଇଏମ୍ ଅହମ୍ମଦାବାଦ
ଆଇଆଇଏମ୍ ବେଙ୍ଗାଲୁରୁ
ଆଇଆଇଏମ୍ କୋଲକାତା
ଆଇଆଇଟି ଦିଲ୍ଲୀ
ଆଇଆଇଏମ୍ ଖୋଜିକୋଡ଼
ଆଇଆଇଏମ୍ ଲକ୍ଷ୍ନୌ
ଆଇଆଇଏମ୍ ଇନ୍ଦୋର
XLRI ଜାମସେଦପୁର
NIIE ମୁମ୍ବାଇ
ଆଇଆଇଟି ମାଡ୍ରାସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+