ସସପେଣ୍ଡ ହେଲା ନବମ ଓ ଏକାଦଶ ଶ୍ରେଣୀ କ୍ଲାସ, 25 ଅପ୍ରେଲ ଯାଏଁ ଦଶମ ଓ ଦ୍ୱାଦଶ ପାଠପଢା
ନବମ ଓ ଏକାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାଇଁ କ୍ଲାସରୁମରେ ହେବନି ପାଠପଢା । ଅପ୍ରେଲ 30 ତାରିଖ ଯାଏଁ ସ୍କୁଲ ଓ କ୍ଲାସ ରୁମରେ ପାଠପଢା ବନ୍ଦ ରହିବ ।
ଭୁବନେଶ୍ୱର : ନବମ ଓ ଏକାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାଇଁ କ୍ଲାସରୁମରେ ହେବନି ପାଠପଢା । ଅପ୍ରେଲ 30 ତାରିଖ ଯାଏଁ ସ୍କୁଲ ଓ କ୍ଲାସ ରୁମରେ ପାଠପଢା ବନ୍ଦ ରହିବ । ରାଜ୍ୟରେ ବଢୁଥିବା କୋଭିଡ୍ ମାମଲାକୁ ଦୃଷ୍ଚିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ, ବେସରକାରୀ ସ୍କୁଲର ନବମ ଓ ଏକାଦଶ ଶ୍ରେଣୀ ପିଲାମାନଙ୍କର ଶ୍ରେଣୀଗୃହରେ ପାଠପଢା ବନ୍ଦ କରିବାକୁ କୁହାଯାଇଛି । ଏଥିସହିତ ହଷ୍ଟେଲ ଏବଂ ରେସିଡେଣ୍ଟାଲ ସ୍କୁଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଅନଲାଇନ କ୍ଲାସ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି ।

ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଆସନ୍ତା ଅପ୍ରେଲ 25 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଗଣଶିକ୍ଷା ବିଭାଗର ବିଜ୍ଞପ୍ତିରେ କୁହାଯାଇଛି । ଏହି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୋର୍ଡ ପରୀକ୍ଷା ଥିବାରୁ ତାଙ୍କର କ୍ଲାସ ଜାରି ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବିଦ୍ୟାଳୟରେ କୋଭିଡ୍ ଗାଇଡଲାଇନ ଅନୁସାରେ ମାସ୍କ ବ୍ୟବହାର, ସମାଜିକ ଦୂରତା ରକ୍ଷା କରିବା ଏବଂ ହ୍ୟାଣ୍ଡ ସାନିଟାଇଜିଂ କରିବାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications