For Quick Alerts
Turn On Notification  
For Daily Alerts
Oneindia App Download

ସସପେଣ୍ଡ ହେଲା ନବମ ଓ ଏକାଦଶ ଶ୍ରେଣୀ କ୍ଲାସ, 25 ଅପ୍ରେଲ ଯାଏଁ ଦଶମ ଓ ଦ୍ୱାଦଶ ପାଠପଢା

ନବମ ଓ ଏକାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାଇଁ କ୍ଲାସରୁମରେ ହେବନି ପାଠପଢା । ଅପ୍ରେଲ 30 ତାରିଖ ଯାଏଁ ସ୍କୁଲ ଓ କ୍ଲାସ ରୁମରେ ପାଠପଢା ବନ୍ଦ ରହିବ ।

|

ଭୁବନେଶ୍ୱର : ନବମ ଓ ଏକାଦଶ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପାଇଁ କ୍ଲାସରୁମରେ ହେବନି ପାଠପଢା । ଅପ୍ରେଲ 30 ତାରିଖ ଯାଏଁ ସ୍କୁଲ ଓ କ୍ଲାସ ରୁମରେ ପାଠପଢା ବନ୍ଦ ରହିବ । ରାଜ୍ୟରେ ବଢୁଥିବା କୋଭିଡ୍ ମାମଲାକୁ ଦୃଷ୍ଚିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ, ବେସରକାରୀ ସ୍କୁଲର ନବମ ଓ ଏକାଦଶ ଶ୍ରେଣୀ ପିଲାମାନଙ୍କର ଶ୍ରେଣୀଗୃହରେ ପାଠପଢା ବନ୍ଦ କରିବାକୁ କୁହାଯାଇଛି । ଏଥିସହିତ ହଷ୍ଟେଲ ଏବଂ ରେସିଡେଣ୍ଟାଲ ସ୍କୁଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଅନଲାଇନ କ୍ଲାସ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି ।

School

ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଆସନ୍ତା ଅପ୍ରେଲ 25 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଗଣଶିକ୍ଷା ବିଭାଗର ବିଜ୍ଞପ୍ତିରେ କୁହାଯାଇଛି । ଏହି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୋର୍ଡ ପରୀକ୍ଷା ଥିବାରୁ ତାଙ୍କର କ୍ଲାସ ଜାରି ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ବିଦ୍ୟାଳୟରେ କୋଭିଡ୍ ଗାଇଡଲାଇନ ଅନୁସାରେ ମାସ୍କ ବ୍ୟବହାର, ସମାଜିକ ଦୂରତା ରକ୍ଷା କରିବା ଏବଂ ହ୍ୟାଣ୍ଡ ସାନିଟାଇଜିଂ କରିବାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ninth and Eleventh Class Will Suspend till 30th April in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X