ଆଜି ଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା
କଟକ: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ 3 ତାରିଖରୁ 8 ତାରିଖ ଯାଏଁ ହେବ ପରୀକ୍ଷା । ଏଥର 11ଶହ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ।

ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବ ।
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ 9 ଟାରୁ 11 ଟା ପର୍ଯ୍ୟନ୍ତ ହେବ । ଦିନକୁ ଗୋଟିଏ ସିଟିଂରେ ହେବ ପରୀକ୍ଷା । ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ 15ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି ।












Click it and Unblock the Notifications